bitcoin
Bitcoin (BTC) 2,311,609.29 0.99%
ethereum
Ethereum (ETH) 151,933.81 0.80%
tether
Tether (USDT) 77.63 0.04%
bnb
BNB (BNB) 25,480.03 0.65%
usd-coin
USD Coin (USDC) 77.71 0.06%
xrp
XRP (XRP) 31.65 0.16%
binance-usd
Binance USD (BUSD) 77.58 0.33%
cardano
Cardano (ADA) 40.19 0.55%
solana
Solana (SOL) 3,768.32 2.03%
polkadot
Polkadot (DOT) 776.33 1.28%

ହଜିଯିବ ରେଡକ୍ରସ ! ୫୫ଟି ରକ୍ତଭଣ୍ଡାରରୁ ନାମ ଓ ଚିହ୍ନ ଉଭାନ୍‌

ଭୁବନେଶ୍ୱର: ରାଜ୍ୟରେ ରକ୍ତ ଅଭାବକୁ ଦୂର କରିବାରେ ରେଡକ୍ରସ୍‍ ରକ୍ତଭଣ୍ଡାରର ପ୍ରମୁଖ ଭୂମିକା ରହିଛି। ଦେଶର ବିଭିନ୍ନ ରାଜ୍ୟରେ ରେଡକ୍ରସର ଆଞ୍ଚଳିକ ଶାଖାରେ ରହିଥିବା ରକ୍ତଭଣ୍ଡାରରୁ ଜରୁରୀକାଳୀନ ସମୟରେ ରକ୍ତ ସଂଗ୍ରହ କରାଯାଇ ଥାଲେସେମିଆ ଅବା ଗୁରୁତର ରୋଗୀଙ୍କ ସେବାରେ ଲଗାଯାଉଛି। ଅନେକ ସମୟରେ ସରକାରୀ ଡାକ୍ତରଖାନା ରକ୍ତଭଣ୍ଡାରରେ ରକ୍ତ ନଥିଲେ ରେଡକ୍ରସରୁ ରକ୍ତ ସଂଗ୍ରହ କରାଯାଏ। ହେଲେ ବିଡ଼ମ୍ବନାର ବିଷୟ, ଓଡ଼ିଶାରେ ରେଡକ୍ରସ ରକ୍ତଭଣ୍ଡାରର ଚିହ୍ନବର୍ଣ୍ଣ ଲିଭିଗଲାଣି। ରାଜ୍ୟରେ ମୋଟ୍‍ ୫୬ଟି ରେଡକ୍ରସ ରକ୍ତଭଣ୍ଡାର ମଧ୍ୟରୁ କଟକସ୍ଥିତ ରେଡକ୍ରସ୍‍ ରକ୍ତଭଣ୍ଡାରକୁ ବାଦ୍‍ଦେଲେ ୫୫ଟି ରକ୍ତଭଣ୍ଡାରରୁ ରେଡକ୍ରସ ନାଁ ଏବଂ ଚିହ୍ନ ହଟାଯାଇ ‘ଓଡ଼ିଶା ରକ୍ତଭଣ୍ଡାର’ ରଖାଯାଇଛି। ରେଡକ୍ରସ ପକ୍ଷରୁ ନାମ ପରିବର୍ତ୍ତନ ପାଇଁ ବହୁବାର ନିବେଦନ କରାଯାଉଥିଲେ ବି ଏପର୍ଯ୍ୟନ୍ତ ହୋଇପାରିନି।

୨୦୧୭ ମସିହାରେ ରେଡକ୍ରସ୍‍ ଅଜାଣତରେ ତାହାର ନାମ ପରିବର୍ତ୍ତନ କରାଯାଇ ‘ଓଡ଼ିଶା ରକ୍ତଭଣ୍ଡାର’ ରଖାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପତ୍ର ମାଧ୍ୟମରେ ରେଡକ୍ରସ୍‍କୁ ଏବାବଦରେ ଅବଗତ କରାଯାଇଥିଲା। ହେଲେ ୨୦୧୯ ମସିହାରେ ଏହାର ନାମ ପରିବର୍ତ୍ତନ ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ସମିତି ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ୩ବର୍ଷ ବିତିଯାଇଥିଲେ ବି ଏଯାଏ ତାହା ହୋଇପାରିନି। ରାଜ୍ୟରେ ରକ୍ତଭଣ୍ଡାର ପ୍ରତିଷ୍ଠା ପାଇଁ ଇନ୍‍ଫ୍ରାଷ୍ଟ୍ରକଚର ଏବଂ ଅର୍ଥ ମଧ୍ୟ ରେଡକ୍ରସ ପକ୍ଷରୁ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ତାହାର କୌଣସି ଚିହ୍ନ ନଥିବାରୁ ରେଡକ୍ରସ୍‍ ଆଜୀବନ ସଦସ୍ୟମାନେ ଉଦ୍‍ବେଗ ପ୍ରକାଶ କରିଛନ୍ତି। ଅନ୍ୟ ରାଜ୍ୟରେ ଏବେବି ରେଡକ୍ରସ ରକ୍ତଭଣ୍ଡାର ରହିଥିବାବେଳେ ଓଡ଼ିଶାରେ କେଉଁ କାରଣରୁ ଏହାର ନାମ ଓ ଚିହ୍ନ ହଟାଯାଇଛି, ତାହା ଆଜିବି ରହସ୍ୟ ହୋଇ ରହିଛି। ଇଣ୍ଡିଆନ୍‍ ରେଡକ୍ରସ ସୋସାଇଟିର ସଭାପତି ଭାରତର ରାଷ୍ଟ୍ରପତି ହୋଇଥିବା ବେଳେ ଓଡ଼ିଶା ଶାଖାର ସଭାପତି ରାଜ୍ୟପାଳ ଏହି ଦାୟିତ୍ୱ ତୁଲାଇଥାନ୍ତି। ରେଡକ୍ରସ ନିୟମ ଅନୁସାରେ ପ୍ରତିବର୍ଷ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ବାର୍ଷିକ କାର୍ଯ୍ୟନିର୍ବାହୀ ପ୍ରସ୍ତୁତି ବୈଠକ ସମେତ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ରେଡ୍ରକସ୍‍ର ବିଭିନ୍ନ କାର୍ଯ୍ୟର ଯୋଜନା, ପ୍ରସ୍ତୁତି, ବାର୍ଷିକ ଖର୍ଚ୍ଚ ବିବରଣୀ ଆଦି ବିଷୟରେ ଆଲୋଚନା ହୋଇଥାଏ। ସେହିପରି ଆର୍ଥିକ ବଜେଟ୍‍ ପୂର୍ବରୁ ମଧ୍ୟ ଏକ ବୈଠକରେ ବଜେଟ୍‍ ପାସ୍‍ କରାଯାଇ ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥ ଅନୁମୋଦନ ହୋଇଥାଏ। ଏହାସହ ରେଡକ୍ରସ୍‍ ଆଜୀବନ ସଦସ୍ୟଙ୍କ ସହ ମଧ୍ୟ ଏ ବାବଦରେ ଆଲୋଚନା ହୋଇଥାଏ। ହେଲେ ୨୦୧୦ ମସିହା ପରେ ରେଡକ୍ରସ ପକ୍ଷରୁ କୌଣସି କାର୍ଯ୍ୟନିର୍ବାହୀ ସମିତି ବୈଠକ ହୋଇନଥିବା ବେଳେ ୨୦୦୮ ମସିହା ପରେ ବିନା ବଜେଟ୍‍ ପାସ୍‍ରେ ସମସ୍ତ କାର୍ଯ୍ୟ କରାଯାଉଛି। ଏମିତିକି ଏ ବିଷୟରେ ଆଜୀବନ ସଦସ୍ୟଙ୍କୁ ଅବଗତ କରାଯାଉ ନଥିବା ସଦସ୍ୟମାନେ ଅଭିଯୋଗ କରିଛନ୍ତି। ୧୨ ବର୍ଷ ମଧ୍ୟରେ ଗୋଟିଏ ବି ବୈଠକ ହୋଇନଥିବା ସୂଚନା ମିଳିଛି।

ଏନେଇ ରେଡକ୍ରସ୍‍ ସୋସାଇଟି ଓଡ଼ିଶା ଶାଖାର ସଚିବ ସିଟିଏମ୍‍ ସୁଗୁଣା କହିଛନ୍ତି ଯେ, ରେଡକ୍ରସ୍‍ର ରକ୍ତଭଣ୍ଡାରଗୁଡ଼ିକର ନାମ ପୁନଃସ୍ଥାପନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୩ଥର ଚିଠି ମାଧ୍ୟମରେ ଜଣାଇଛି; ହେଲେ ଏହି ନାମ ଆଉ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ଲିଖିତ ଆକାରରେ ଜଣାଯାଇଛି। ତେଣୁ ମୁଁ ଏ ବାବଦରେ କିଛି କରିପାରିବି ନାହିଁ। ଏହି ପରିବର୍ତ୍ତନ ସମୟରେ ସେତେବେଳେ ରେଡକ୍ରସ୍‍ର ସଚିବ ଓ ଅଧିକାରୀମାନେ ବିରୋଧ କରିବା ଆବଶ୍ୟକ ଥିଲା। କାରଣ ଆଜିବି ରେଡକ୍ରସ ନାଁ ଲୋକଙ୍କ ମନରେ ଥିବା ବେଳେ ରକ୍ତଭଣ୍ଡାରରେ ନ ରହିବା ନିଶ୍ଚିତ ଦୁଃଖର ବିଷୟ। ସେହିପରି ରେଡକ୍ରସ ପକ୍ଷରୁ କରାଯାଉଥିବା ବାର୍ଷିକ ବୈଠକଗୁଡ଼ିକ କରାଯିବାକୁ ମଧ୍ୟ ରାଜ୍ୟପାଳଙ୍କୁ ନିବେଦନ କରାଯାଇଥିଲା। ଏଥିପାଇଁ ରାଜ୍ୟପାଳ ସମ୍ମତି ପ୍ରକାଶ କରିଥିବା ବେଳେ କରୋନା କାରଣରୁ ହୋଇପାରି ନାହିଁ।

Leave a comment