ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗୋପାଳକୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଆଜିଠୁ ଛାନବିନ କରୁଛି କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ । ଏୟାରପୋର୍ଟ ପୋଲିସ ଷ୍ଟେସନ ଶୌଚାଳୟରୁ ଗୋପାଳର ହାତଲେଖା କାଗଜ ଜବତ ହୋଇଛି । ଜବତ ୨୨ ଖଣ୍ଡ କାଗଜକୁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି ।

ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏଥିପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଗୋପାଳର ଫରେନସିକ ସାଇକୋଲଜିକାଲ ସହିତ ଲେୟର୍ଡ ଭଏସ ଆନାଲିସିସ ଟେଷ୍ଟ କରାଯାଇଛି । ଦିଲ୍ଲୀରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍ ଗୋପାଳର ଏଲଭିଏ ଟେଷ୍ଟ କରିଛନ୍ତି ।

ହତ୍ୟା ସମ୍ପର୍କିତ ଏକାଧିକ ପ୍ରମାଣ ହାସଲ କରିଛି ତଦନ୍ତକାରୀ ଟିମ୍ । ବ୍ରଜରାଜନଗର କ୍ରାଇମ ସ୍ପଟରୁ ଗୋପାଳଙ୍କ ଘର ପର୍ଯ୍ୟନ୍ତ ସବୁଠି ଛାନବିନ ହୋଇଛି । କ୍ରାଇମ ସ୍ପଟରେ ୩୬୦ ଡିଗ୍ରୀ ଆଙ୍ଗଲରେ ତଦନ୍ତ ହୋଇଛି । ଗୋପାଳର କ୍ବାର୍ଟର୍ସରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଗାନ୍ଧିଛକ ଫାଣ୍ଡିରୁ ଗୋପାଳର ଡାଏରୀ ଜବତ କରିଛି କ୍ରାଇମବ୍ରାଞ୍ଚ । ସେପଟେ ବ୍ରହ୍ମପୁରରେ ଗୋପାଳର ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଆର୍ଥିକ ନେଦେଣର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.