ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ତାଜମହଲର ୨୨ ବନ୍ଦ କୋଠରିକୁ ନେଇ ରହସ୍ୟ, ଖୋଲିବାକୁ ହାଇକୋର୍ଟରେ ଯାଚିକା

ଆଗ୍ରା : ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ପୁଣି ତାଜମହଲ ଚର୍ଚ୍ଚା ପରିସରକୁ ଆସିଛି। ଜ୍ଞାନବ୍ୟାପୀ ମସଜିଦ୍‌ ତଳେ ହିନ୍ଦୁ ଦେବାବାଦୀଙ୍କ ମୂର୍ତ୍ତି ରହିଛି ଏବଂ ମନ୍ଦିର ଭଙ୍ଗାଯାଇ ମସଜିଦ୍‌ କରାଯାଇଛି ବୋଲି ଅଭିଯୋଗ ଉଠିବା ପରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଏହାର ମାପଚୁପ କାର୍ଯ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କାର୍ଯ୍ୟ ଆରମ୍ଭ ହେବା ପରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ବିରୋଧ କରାଯିବାରୁ ଏହାକୁ ସ୍ଥଗିତ ରଖାଯାଇଛି। ଏହାପରେ ତାଜମହଲ ପ୍ରସଙ୍ଗ ଉଠାଯାଇ ଏଠାରେ ବନ୍ଦ ରହିଥିବା ୨୨ କୋଠରିକୁ ଖୋଲିବା ଲାଗି ଦାବି କରାଯାଇଛି। ଏହି ବନ୍ଦ କୋଠରି ଖୋଲାଯାଇ ଏହାର ରହସ୍ୟ ଉନ୍ମୋଚନ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷେଣ(ଏଏସଆଇ)କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠରେ ଏକ ଯାଚିକା ଦାଖଲ କରାଯାଇଛି।

ଏହି ବନ୍ଦ କୋଠରି ମଧ୍ୟରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଛି ବୋଲି କୁହାଯାଉଥିବା ବେଳେ ଏହାକୁ ଖେଲାଗଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଆବେଦନରେ କୁହାଯାଇଛି। କେବଳ ସେତିକି ନୁହେଁ, ତାଜମହଲ ସ୍ଥାନରେ ପୂର୍ବେ ମନ୍ଦିର ଥିବା ଦାବିକୁ ମଧ୍ୟ ଯାଚିକାରେ ଉଲ୍ଲେଖ କରାଯାଇଛି। ଆବେଦନରେ କୁହାଯାଇଛି, ଚାରି ମହଲା କୋଠାର ଉପର ଏବଂ ନିମ୍ନ ଭାଗରେ ପ୍ରାୟ ୨୨ କୋଠରୀରୁ କିଛି କୋଠରି ସ୍ଥାୟୀ ଭାବେ ବନ୍ଦ ରହିଛି। ପିଏନ ଓକଙ୍କ ପରି କିଛି ଐତିହାସିକ ଏବଂ ହିନ୍ଦୁ ଉପସାକଙ୍କ ଦୃଢ ବିଶ୍ଵାସ ଯେ, ସେହି ବନ୍ଦ କୋଠରିରେ ଭଗବାନ ଶିବଙ୍କ ମନ୍ଦିର ରହିଛି। ତାଜମହଲକୁ ଦୀର୍ଘ ଦିନରୁ ହିନ୍ଦୁବାଦୀ ସଂଗଠନ ତେଜୋମହଲ ହେବାର ଦାବି କରି ଆସୁଛନ୍ତି। ଅନେକ ହିନ୍ଦୁବାଦୀ ସଂଗଠନ ପକ୍ଷରୁ ଶ୍ରାବଣ ମାସରେ ତାଜମହଲରେ ଶିବ ଆଳତୀ କରିବାକୁ ଉଦ୍ୟମ କରାଯାଇଛି। ପୂର୍ବରୁ ଜଗତଗୁରୁ ପରମହଂସାଚାର୍ଯ୍ୟ ମଧ୍ୟ ତାଜମହଲକୁ ତେଜୋମହଲ ହୋଇଥିବା ଦାବି କରିଥିଲେ। ଭିତରେ ଶିବ ମନ୍ଦିର ଥିବା ଏବଂ ପୂଜା କରିବାକୁ ଜିଦ କରିଥÒଲେ। ତାଙ୍କ ପ୍ରବେଶକୁ ନେଇ ମଧ୍ୟ ବିବାଦ ହୋଇଥିଲା।

Leave A Reply

Your email address will not be published.