ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସ ମାଲିକଙ୍କ ପାଇଁ ଖୁସି ଖବର, ତିନି ମାସର ଟିକସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବସ ମାଲିକଙ୍କ ଦୁଃଖ ଶୁଣିଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କଲେ ସରକାର । କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ । ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ବସ୍‌ ଉପରୁ ଛାଡ଼ ହୋଇଛି ୩ମାସର ପରିବହନ ଟିକସ।

କରୋନା ଦ୍ବିତୀୟ ଲହରରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ପାଇଁ ବସ୍‌ ଚଳାଚଳରେ ସମସ୍ୟା ହେଉଥିଲା। ଫଳରେ କ୍ଷତି ସହିଥିଲେ ବସ ମାଲିକ । ତେଣୁ ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବସ ମାଲିକ ସଂଘ ଏନେଇ ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ଆଜି ପରିବହନ ଟିକସ ଛାଡ କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି ।

Leave A Reply

Your email address will not be published.