ସ୍ତ୍ରୀକୁ ହାଣି ଥାନାରେ ଆତ୍ମ ସମର୍ପଣକଲା ହତ୍ୟାକାରୀ ସ୍ୱାମୀ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ନିଜ ପତ୍ନୀକୁ କୁରାଢ଼ୀରେ ହାଣି ହତ୍ୟା କରିବାପରେ ହତ୍ୟାକାରୀ ସ୍ୱାମୀ ଥାନାରେ ଆତ୍ମ ସମର୍ପଣ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାରବିଷୟ ହୋଇଛି। ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ। ମିଳିଥିବା ଖବର ଅନୁସାରେ ତେଲକୋଇ ଥାନା କରଦାଙ୍ଗୀ ପଞ୍ଚାୟତ ରଗଡା ଗ୍ରାମର ରଥିଆ ସେଠୀ(୩୦) ଘରୋଇ କଳହକୁ ନେଇ ନିଜ ପତ୍ନୀ ସୁଲୋଚନା ସେଠୀ(୨୫)ଙ୍କୁ ଶନିବାର ବିଳମ୍ବିତ ରାତ୍ରିରେ ଏକ କୁରାଢ଼ୀରେ ହାଣି ହତ୍ୟା ପରେ ତେଲକୋଇ ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଲାଇଛି। ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ।