ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଲୋଇସିଂହାର ଜଡାମୁଣ୍ଡା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି କିଛି ଯୁବକ ଆଉ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୯.୧୫ ସମୟରେ ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ (୨୬)ଙ୍କୁ ବାରମ୍ବାର କଲ ଆସିଥିଲା । ସେ ଘରୁ ବାହାରିବା ଯିବାର କିଛି ସମୟ ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ବୋଲି ସ୍ଥାନୀୟ ଯୁବକମାନେ ତାଙ୍କ ବଡ଼ଭାଇ ଦୀପକ ହନୁମାନଙ୍କୁ ଫୋନ କରି କହିଥିଲେ। ଖବର ପାଇ ସେ ଲୋଇସିଂହା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ତାଙ୍କ କହିବା ଅନୁଯାୟୀ, ଲୋଇସିଂହାର ସରୋଜ ବିଶି ତାଙ୍କୁ ଫୋନ କରି ଡାକିଥିଲେ। ପରେ ଉଜଲ ଜାଲ ସତ୍ୟଜିତ ବାଗ, ବଡ଼ ବାରିକ , ସୁନ୍ଦର ସ୍ୱାଇଁ, ଦେବାନନ୍ଦ ତାଣ୍ଡି ପ୍ରମୁଖ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ କହିଥିଲେ।

ଆକ୍ରମଣକାରୀ ମାନେ ଲୁହା ଛଡ଼ରେ ତାଙ୍କ ହାତ, ଗୋଡ଼ , ମୁଣ୍ଡ ଏବଂ ଛାତିରେ ମାଡ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲୋଇସିଂହା ଡ଼ାକ୍ତରଖାନା ଓ ପରେ ଭୀମ ଭୋଇ ମେଡିକାଲ ବଲାଙ୍ଗିରକୁ ଆଣାଯାଇଥିଲ । ତେବେ ଭୀମଭୋଇ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ଲୋଇସିଂହା ପୁଲିସ ଡ଼ାକ୍ତରଖାନାରେ ପହଞ୍ଚିଥିଲା । ପୁଲିସ ଉପସ୍ଥିତିରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.