ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିକେଟକୁ ବାଏ ବାଏ କହିଲେ ମୁରଲୀ ବିଜୟ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ନୂଆଦିଲ୍ଲୀ : ଭାରତର ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ବିଜୟ ଟ୍ୱିଟ ଯୋଗେ ନିଜର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ତାମିଲନାଡୁ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ବିଜୟ କହିଛନ୍ତି।

ଆଜି ଦ୍ୱିପ୍ରହରରେ ସେ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଥିଲେ । ଟ୍ୱିଟରେ ସେ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୩୮ ବର୍ଷୀୟ ମୁରଲୀ ବିଜୟ ନିଜର ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ମୁଁ କ୍ରିକେଟରୁ ଅବସର ଗ୍ରହଣ କରୁଛି । ୨୦୦୨ରୁ ୨୦୦୮ ଯାଏ ସବୁଠାରୁ ସର୍ବଶ୍ରେଷ୍ଠ ବର୍ଷ ରହିବ । ଏହି ସମୟ ମଧ୍ୟରେ ଭାରତ ପାଇଁ ଖେଳିବାକୁ ସୁଯୋଗ ମିଳିଥିଲା । ମୁଁ ଏଥିପାଇଁ ବିସିସିଆଇ, ତାମିଲନାଡୁ କ୍ରିକେଟ ଆସୋସିଏସନ, ଚେନ୍ନାଇ ସୁପର କିଙ୍ଗସକୁ ଧନ୍ୟବାଦ ଜଣାଉଛି ।

ଏକଦା ଟିମ ଇଣ୍ଡିଆ ପାଇଁ ଟେଷ୍ଟରେ ନିୟମିତ ଓପନିଂ କରୁଥିବା ବିଜୟ ୨୦୧୮ ପରଠାରୁ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରି ଚାଲିଥିଲେ। ୨୦୧୮ ସିଜିନ ତାଙ୍କ ପାଇଁ ଅତ୍ୟନ୍ତ ଖରାପ ଯିବାରୁ ସେ ଦଳରୁ ବାଦ ପଡ଼ିଥିଲେ। ୨୦୧୮ ସିଜିନରେ ବିଜୟ କେବଳ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ। ସେ କ୍ରମାଗତ ଫେଲ ମାରିବାରୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ସ୍କ୍ୱାଡରୁ ବିଦା କରିଥିଲା। ସେବେଠାରୁ ଆଉ ସେ ଦଳକୁ ଫେରି ନାହାନ୍ତି।

ଭାରତ ପାଇଁ ସେ ୨୦୦୮ ମସିହାରେ ପଦାର୍ପଣ କରିଥିଲେ । ୨୦୧୮ ମସିହାରେ ଶେଷ ଥର ପାଇଁ ସେ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ଜଣେ ଦକ୍ଷ ଓପନିଂ ବ୍ୟାଟର ଭାବେ ବେସ ପରିଚିତ ଥିଲେ । ଭାରତ ପାଇଁ ୬୧ଟି ଟେଷ୍ଟ ଖେଳିଥିବା ବିଜୟ ୧୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଦେଶ ପାଇଁ ୩୮.୨୮ ହାରରେ ମୋଟ ୩୯୮୨ ରନ କରିଛନ୍ତି। କେବଳ ଭାରତ ନୁହେଁ, ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ବିଜୟ ନିଜର ଛାପ ମଧ୍ୟ ଛାଡ଼ିଥିଲେ। ଆଇପିଏଲରେ ସେ ୧୦୬ଟି ମ୍ୟାଚ୍‌ ଖେଳି ଦୁଇଟି ଶତକ ସହ ମୋଟ ୨୬୧୯ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୨୧.୮୭ ରହିଥିଲା।ମୁରଲୀ ବିଜୟ ଆଇପିଏଲରେ ୨ଟି ଶତକ ମଧ୍ୟ ହାସଲ କରିଥିଲେ । ସେ ତିନି ଫ୍ରାଞ୍ଜାଇଜି ପାଇଁ ଆଇପିଏଲ ଖେଳିଥିଲେ ।

Leave A Reply

Your email address will not be published.