ଭୁଶୁଡିଲା ୫ ମହଲା କୋଠା: ୩ ମୃତ, ଫସିରହିଛନ୍ତି ୩୦ରୁ ଉର୍ଦ୍ଧ୍ବ ଲୋକ

ଲକ୍ଷ୍ନୌ: ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି। ୱଜିର ହସନ ରୋଡରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ ଭୁଶୁଡି ପଡିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କର ମୃତ୍ୟୁ ଖବର ଆସିଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଲୋକ ଭଗ୍ନାବଶେଷ ଭିତରେ ଫସି ରହିଥିବା  କୁହାଯାଉଛି। ଦୁର୍ଘଟଣାର ସୂଚନା ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ଯ ଆରମ୍ଭ କରିଛନ୍ତି। ଏହା ସହିତ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ,କୋଠାଟି ହଠାତ ଭୁଶୁଡି ପଡ଼ିଥିବା ଆଶଙ୍କା କରାଯାଉଛି। ଏହା ପଛର କାରଣ ଜଣାପଡ଼ିନାହିଁ। ଏବେ ଏନଡିଆରଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ଯ ଜାରି ରଖିଛନ୍ତି।

 

Leave a comment