ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୃତ୍ୟୁ ଅପେକ୍ଷାରେ ମୁକ୍ତି ଭବନ

ଭାରତର ଧର୍ମ, ସଂସ୍କୃତି, ଐତିହ୍ୟ ବିଶ୍ବ ଦରବାରରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଛି। ଏହାର ପରମ୍ପରା ଓ ସ୍ବତନ୍ତ୍ରତା ବିଶ୍ବବାସୀଙ୍କୁ ଆକର୍ଷିତ କରେ। ବିଚିତ୍ରମୟ ଭାରତରରେ, ଏପରି ଏକ ସହର ଅଛି, ଯେଉଁଠାରେ ଲୋକେ ଜୀବନର ଶେଷସମୟ କାଟିବା ପାଇଁ ପସନ୍ଦ କରନ୍ତି। ଏଠାରେ ରହି ମୃତ୍ୟୁକୁ ଅପେକ୍ଷା କରନ୍ତି । ଏହି ସହରଟି ହେଉଛି ଉତ୍ତର ପ୍ରଦେଶର ବାରାଣସୀ। ବାରାଣସୀସ୍ଥିତ କାଶୀରେ ଏପରି ଏକ ଭବନ ଅଛି, ଯେଉଁଠାରେ ଲୋକମାନେ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି। ୧୯୦୮ ମସିହାରେ ନିର୍ମିତ ଏହି ଭବନଟି ‘ମୁକ୍ତି ଭବନ’ ନାମରେ ଜଣାଶୁଣା। ଏହା ଡାଲମିଆ ଟ୍ରଷ୍ଟ ଦିଲ୍ଲୀ ଦ୍ବାରା ପରିଚାଳିତ । ପ୍ରତିବର୍ଷ ଦେଶର କୋଣ ଅନୁକୋଣରୁ ତଥା ବିଶ୍ବର ବିଭିନ୍ନ ସ୍ଥାନରୁ ହିନ୍ଦୁ ଧର୍ମାବଲମ୍ବୀମାନେ ଏଠାକୁ ଆସି ନିଜର ଶେଷ ସମୟ ଅତିବାହିତ କରନ୍ତି ।

ବ୍ରିଟିଶ ସମୟରେ ଏହି ଧର୍ମଶାଳାରେ ୧୨ଟି କୋଠରି ଥିଲା । ଏଠାରେ ଏକ ମନ୍ଦିର ମଧ୍ୟ ଅଛି । ଯେଉଁମାନଙ୍କ ମୃତ୍ୟୁ ନିଟକତର ଥାଏ, ସେମାନଙ୍କୁ କେବଳ ଏହି କୋଠରିଗୁଡ଼ିକରେ ରହିବାକୁ ଦିଆଯାଏ। ମୃତ୍ୟୁର ନିକଟତର – ହୋଇଥିବା ବ୍ୟକ୍ତି ଏଠାରେ ଦୁଇ ସପ୍ତାହ ରହିପାରିବେ । ଦିନକୁ ୭୫ଟଙ୍କା ଭଡ଼ା ଦେଇ ଲୋକମାନେ ମୋକ୍ଷ ପାଇବା ଆଶାରେ ଏଠାକୁ ଆସନ୍ତି। ଏଠାରେ ଶୋଇବା ପାଇଁ ଏକ ଖଟ, ତକିଆ ଓ ଚାଦର ଯୋଗାଇ ଦିଆଯାଇଥାଏ। ପୁରୋହିତ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ଆଳତି । କରିବା ପରେ ଲୋକମାନଙ୍କ ଉପରେ ଗଙ୍ଗାଜଳ ଛିଞ୍ଚନ୍ତି ଯାହାଦ୍ବାରା ସେମାନେ ଶାନ୍ତିରେ ଜୀବନରୁ ମୁକ୍ତ ହୋଇପାରିବେ ।

Leave A Reply

Your email address will not be published.