ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ

ନୂଆଦିଲ୍ଲୀ: ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ଅନନ୍ତ ଅମ୍ବାନୀ । ଅନନ୍ତ ହେଉଛନ୍ତି ବିଜିନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ। ବିମାନ ବନ୍ଦରରେ ଓହ୍ଲାଇବା ପରେ ଏଥିଲାଗି ବିମାନବନ୍ଦରରେ କଡା ସୁରକ୍ଷା ବଳୟରେ ସଡ଼କ ପଥରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି। ସୂଚନା ଥାଉକି ନିକଟ ଅତୀତରେ ଅନନ୍ତଙ୍କର ନିର୍ବନ୍ଧ ସରିଛି। ତେଣୁ ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ନେବାକୁ ଅନନ୍ତ ଓଡ଼ିଶା ଆସିଥିବା କୁହାଯାଉଛି । ଗତକାଲି ଗୁୱାହାଟିର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ।

Leave A Reply

Your email address will not be published.