ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ ଆକାଶ ଅମ୍ବାନୀ

ମୁମ୍ବାଇ: ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ ଭାବେ ଆକାଶ ଅମ୍ବାନୀ ନିଯୁକ୍ତ ହୋଇଛନ୍ତି। ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପୁଅକୁ ନିଯୁକ୍ତି ମିଳିଛି। କମ୍ପାନୀର ବୋର୍ଡ ମିଟିଙ୍ଗରେ ଆକାଶଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଜିଓ ଦେଶର ଅଗ୍ରଣୀ ୪ଜି ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଅଟେ । ବଜାର ନିୟନ୍ତ୍ରକ ସଂସ୍ଥାକୁ ମଧ୍ୟ କମ୍ପାନୀରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଛି । ଗତ ବର୍ଷ ଡିସେମ୍ବରରେ ମୁକେଶ ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି କହିଥିଲେ। ସେ କହିଥିଲେ, ବଡ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆ ନେତୃତ୍ୱକୁ ଆଗକୁ ଆଣିବା ଆବଶ୍ୟକ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ମୁକେଶ ଅମ୍ବାନୀ ଧନୀ ସୂଚୀରେ ଶୀର୍ଷରେ ରହୁଥିଲେ । ହେଲେ କିଛି ଦିନ ହେବ ଧନୀ ତାଲିକାରେ ତଳକୁ ଖସୁଛନ୍ତି । ଶୀର୍ଷରେ ଆଦାନୀ ଓ ଅନ୍ୟ କମ୍ପାନୀ ରହିଛନ୍ତି  । ପୁଣିଥରେ ନିଜ ପୂରୁଣା ସ୍ଥିତିକୁ ଫେରିବା ପାଇଁ ନୂଆ ଋଣନୀତି ପ୍ରସ୍ତୁତ କରିଛନ୍ତି ଅମ୍ବାନୀ ।

Leave A Reply

Your email address will not be published.