ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିଲା ରାଷ୍ଟ୍ରପତି ଭବନରେ ଥିବା ‘ମୋଗଲ ଗାର୍ଡେନ’ର ନାମ; ଥିଲା ‘ମୋଗଲ ଗାର୍ଡେନ’ ହେଲା ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ: ବଦଳିଲା ମୋଗଲ ଗାର୍ଡେନର ନାମ। ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାଁ ଆଜି ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି । ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ। ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ଖୁବଶୀଘ୍ର ଏହା ଲୋକଙ୍କ ପାଇଁ ଖୋଲାଯିବ ବୋଲି ଜଣାପଡିଛି ।

ମୋଗଲ ଗାର୍ଡେନରେ ୧୨ ପ୍ରକାରର ଟ୍ୟୁଲିପ ଫୁଲ ରହିଛି । ଏଠାରେ ୧୩୮ ପ୍ରକାରର ଗୋଲାପ, ୭୦ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ। ୧୫ ଏକରରୁ ଅଧିକ ଜମିରେ ତିଆରି ହୋଇଥିବା ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା।

Leave A Reply

Your email address will not be published.