ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

ବାଲିପାଟଣା : ଗତ କିଛିଦିନ ତଳେ ଭାଇରାଲ ବୟ ତ୍ରୈଲୋକ୍ୟଙ୍କ “ମୁଁ ପ୍ରଥମ ଶ୍ରେଣୀରେ ପଢୁଛି” ଗୀତ ଭାଇରାଲ ହେବା ପରେ ଏବେ ତାଙ୍କ କଣ୍ଠରେ କରୋନା ସଚେତନତା ନେଇ ନୂଆ ଏକ ଗୀତ ରିଲିଜ ହେବାକୁ ଯାଉଛି । ଭଇରାଲ ବୟ ତ୍ରୈଲୋକ୍ୟଙ୍କ ସହ ଗୀତରେ ଆସିବେ ଅଭିଜିତ ମଜୁମ୍‌ଦାର୍। ଗୀତର ମୁଖୁଡ଼ାରେ ରହିଛି ମୁଁ କଣ ଶୁଣିଲି ଅମାନିଆ ହେଲେ କରୋନା ହଉଚି’। ଅଭିଜିତ୍ ମଜୁମଦାରଙ୍କ ସହ ଭାଇରାଲ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ ଗୀତ ରେକର୍ଡିଂ ହୋଇଛି। ଏହି ଗୀତରେ କରୋନା ମହାମାରୀକୁ ନେଇ ସଚେତନ ବାର୍ଭା ରହିଛି ।

ମୁଁ ସାବୁନରେ ହାତ ଧୋଇବି । ମୁଁ ଘର ଭିତରେ ରହୁଚି। ମୁଁ କଣ ଶୁଣିଲି ଅମାନିଆ ହେଲେ କରୋନା ହେଉଛି । ଏଭଳି ସଚେତନ ବାର୍ଷା ସହ କୋଭିତ ଯୋଦ୍ଧାଙ୍କୁ ଗୀତରେ ପ୍ରଶଂସା କରାଯାଇଛି । ମୁଁ ବଳରେ ପଢୁଛି କହି ସାରା ଓଡ଼ିଶାରେ ଭାଇରାଲ୍ ହୋଇଥିଲେ ବାଲିପାଟଣା ଆପଣାକୁଦ ଗ୍ରାମର ତ୍ରୈଲୋକ୍ୟ ରାୟ ତ୍ରୈଲୋକ୍ୟଙ୍କର ଅନେକ ଗୀତ ମଧ୍ୟ ସଫଳତା ହାସଲ କରିଛି

Leave A Reply

Your email address will not be published.