ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ଓ ଏମ୍‌ଏସ୍‌ଙ୍କୁ ବଡ ଝଟକା, ଦଳରୁ ବାଦ୍‌ ପଡିପାରନ୍ତି ଏହି ଦୁଇ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯାଉଛି। ଏହି ତିନିଟିକିଆ ସିରିଜର ଆଜି ଦ୍ୱିତୀୟ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ତେବେ ଦ୍ୱିତୀୟ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ପ୍ରଥମ ଟି-୨୦ରେ ଖେଳାପାରିନଥିଲେ ଋତୁରାଜ ଗାଇକ୍ୱେଡ । ତେବେ ଏହି ଆଘାତ କାରଣରୁ ଶେଷ ଦୁଇ ଟି-୨୦ରୁ ଦଳରୁ ବାଦ୍ ପଡ଼ିଛନ୍ତି ଋତୁରାଜ୍ ଗାଇକ୍ୱେଡ । ଆହତ କାରଣରୁ ପୁରା ଶ୍ରୀଲଙ୍କା ସିରିଜରୁ ଋତୁରାଜ୍ ଗାଇକ୍ୱେଡଙ୍କୁ ବାଦ୍ ଦିଆଯାଇଛି। ଋତୁରାଜ୍ ଭାରତୀୟ ଦଳରୁ ବାଦ୍ ପଡିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ୟା ବଢିଯାଇଛି ।

ଆଜି ଋତୁରାଜ୍ ଗାଇକ୍ୱେଡ ପୁରା ଶ୍ରୀଲଙ୍କା ସିରିଜରୁ ବାଦ୍‌ ପଡିବା ନେଇ ବିସିସିଆଇ ଦ୍ୱାରା ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ପ୍ରଥମ ଟି-୨୦ ପୂର୍ବରୁ ଋତୁରାଜ ଗାଏକ୍ୱାଡ ରିଷ୍ଟରେ ସମସ୍ୟା ସମ୍ପର୍କରେ କହିଥିଲେ। ଏହାପରେ ବିସିସିଆଇ ମେଡିକାଲ ଟିମ୍‌ ଏହାର ଚିକିତ୍ସା କରିଥିଲେ। ଲାଗୁଥିଲା ସେ ଆଜିର ମ୍ୟାଚରେ କମବ୍ୟାକ କରିବେ। ହେଲେ ଏବେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା। ଏଥିରୁ ତାଙ୍କ ଆହତ ସମସ୍ୟା ଅତ୍ୟନ୍ତ ଗମ୍ଭୀର ଥିବା ଜଣାପଡ଼ିଛି। ଏହି କାରଣରୁ ସେ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି। ଏହା ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀକୁ ପଠାଇ ଦିଆଯାଇଛି।

ଧୋନୀଙ୍କ ପାଇଁ ଅସୁବିଧା ବଢିଗଲା 

ଆଇପିଏଲ୍ ମାତ୍ର ଆଉ କିଛି ଦିନ ବାକି ଅଛି, କିନ୍ତୁ ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦୁଇଟି ଡବଲ୍ ଝଟକା ଲାଗିଛି। କାରଣ ଧୋନୀଙ୍କର ଦୁଇ ଷ୍ଟାର ଖେଳାଳି ଆହତ ସମସ୍ୟାରେ ଅଛନ୍ତି। ଯାହା ଚେନ୍ନାଇ ଏବଂ କ୍ୟାପଟେନ୍‌ ଧୋନୀଙ୍କ ପାଇଁ ବଡ ସମସ୍ୟା। ପୂର୍ବରୁ ଦୀପକ ଚହର ଆହତ ସମସ୍ୟା ପାଇଁ ଭାରତୀୟ ଦଳରୁ ବାଦ ପଡିଥିବା ବେଳେ ଏବେ ଆଉ ଜଣେ ଷ୍ଟାର ଖେଳାଳି ଋତୁରାଜ୍ ଗାଇକ୍ୱେଡ ମଧ୍ୟ ଆହତ ସମସ୍ୟାରେ ଅଛନ୍ତି। ଏଭଳି ପରିସ୍ଥିତିରେ  ଏହି ଦୁଇ ଖେଳାଳି ଆଇପିଏଲରୁ ବାଦ ପଡିବା ଭଳି ଜଣାପଡୁଛି। ଗତ ସିଜିନ୍‌ରେ ଚେନ୍ନାଇକୁ ଚାମ୍ପିଅନ୍ କରିବାରେ ଏହି ଦୁଇ ଖେଳା ଳିଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯଦି ରିତୁରାଜ ଗାଇକୱାଡ୍ ଆଇପିଏଲ୍ ୨୦୨୨ ରେ ଖେଳନ୍ତି ନାହିଁ, ତେବେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏହା ଏକ ବଡ କ୍ଷତିହ୍ବେ।

ଗତ ଦୁଇଟି ଆଇପିଏଲରେ ରିତୁରାଜ ଗାଇକୱାଡ୍ ସାରା ବିଶ୍ୱରେ ପରିଚିତ କରିଛନ୍ତି।  IPL 2021 ରେ ରୁତୁରାଜ ଗାଇକୱାଡ ସମସ୍ତଙ୍କ ହୃଦୟ ଜିତିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ସୁନ୍ଦର ବ୍ୟାଟିଂ କରି ସେ ୧୪ ଟି ମ୍ୟାଚରେ ୬୩୬ ରନ୍ କରିଥିଲେ, ଯେଉଁଥିରେ ଏକ ଶତକ ଅନ୍ତର୍ଭୁକ୍ତ ହୋଇଥିଲା । ସେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ। ଏହାପରେ ଚେନ୍ନାଇ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ୨୦୨୨୨ ରେ ତାଙ୍କ ପାଖରୁ ସେହି ପୂରୁଣା ଅନ୍ଧାଜରେ ପ୍ରଦର୍ଶନ ପାଇଁ ଆଶା ରଖିଥିଲେ।

Leave A Reply

Your email address will not be published.