ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଲେ ଧୋନି

ନୂଆଦିିଲ୍ଲୀ: ଲୋକପ୍ରିୟ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍  ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ ଛାଡିଛନ୍ତ ଏମଏସ ଧୋନି। ତାଙ୍କ ବଦଳରେ ଏଣିକି ଦଳର ନେତୃତ୍ୱ ନେବେ ରବିନ୍ଦ୍ର ଜାଡେଜା ।

ସୂଚନା ଅନୁଯାୟୀ,  ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଥିବା ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଥିବା ତୃତୀୟ ଖେଳାଳି ହେବେ। ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି ଆଇପିଏଲର ପଞ୍ଚଦଶ ସଂସ୍କରଣ ।

୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ମହେନ୍ଦ୍ର ସିଂହ ଧୋନି ଚେନ୍ନାଇର ଅଧିନାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଥିବାବେଳେ ୫ଥର ରନର୍ସଅପ୍‌ ହୋଇଛି ଦଳ । କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନି ହିଁ ଦଳର ନେତୃତ୍ୱ ନେଇଥିଲେ।

ସିଜିନ୍ ୨୦୨୨ ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା ଚେନ୍ନାଇ । ଜାଡେଜାଙ୍କୁ ଦଳ ୧୬ କୋଟି ଟଙ୍କାରେ କିଣିଥିଲା । ଅନ୍ୟପଟେ ଧୋନୀଙ୍କୁ ସିଏସ୍‌କେ ଫ୍ରାଞ୍ଚାଇଜ୍‌ ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ।

 

Leave A Reply

Your email address will not be published.