ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କଲେ ଟାଙ୍ଗୀ ବ୍ଲକ ସାମ୍ବାଦିକ ଓ ହକର ସଙ୍ଘ

ଟାଙ୍ଗୀ: ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘ ଓ ହକର ସଙ୍ଘ ପକ୍ଷରୁ ଭବ୍ଯ ସ୍ବାଗତ କରାଯାଇଥିଲା । ସାମ୍ବାଦିକମାନେ ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ପାଛୋଟି ନେଇଥିଲେ । ଟାଙ୍ଗୀ ବନ ବିଭାଗ ଡାକ ବଙ୍ଗଳା ପରିସରରେ ସାମ୍ବାଦିକ ସଂଘ ପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହା ସହ ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ସମ୍ବର୍ଦ୍ଧିତ କରିଥିଲ । ଏହି କାର୍ଯ୍ଯକ୍ରମରେ ସାମ୍ଵାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ଉପ ସଭାପତି ମନୋଜ କୁମାର ନାଇଡୁ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.