ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିୟମ ନମାନି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଆଳରେ ସାଂସଦ ଅପରାଜିତାଙ୍କ ପଦଯାତ୍ରା ରାଜନୀତି, ଟମାଟୋ ମାଡ଼ କଲା ଯୁବ କଂଗ୍ରେସ

ପୁରୀ : ନିୟମ ମାନୁନାହାନ୍ତି ନିଜେ ଆଇନ ପ୍ରଣୟନକାରୀ ସାଂସଦ। ସାଂସଦ ହୋଇ ଭାଙ୍ଗିଲେ ଆଇନ । ନିୟମ ନମାନି ପୁରୀରେ ପଦଯାତ୍ରା କରିଛନ୍ତି ଅପରାଜିତା । ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇନଥିବା ବେଳେ ସାଂସଦ ତାଙ୍କ ସହ ଭୁବନେଶ୍ବରରୁ ସମର୍ଥକଙ୍କୁ ଧରି ପୁରୀରେ ପହଞ୍ଚିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ ଆଳରେ ପଦଯାତ୍ରା ରାଜନୀତି କରିବାକୁ ଅପରାଜିତା ଉଦ୍ୟମ କରୁଥିବା ଜଣାପଡିବା ପରେ ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପୁଲିସ ପକ୍ଷରୁ ସାଂସଦଙ୍କୁ ଏକାକି ଦର୍ଶନ ପାଇଁ ଅନୁରୋଧ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ପୁରୀ ସହରରେ ୧୮ ପ୍ଲାଟୁନ୍ ଫୋର୍ସ ଓ ୫୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ମଧ୍ୟ ମୁତୟନ କରାଯାଇଥିଲା।

କିନ୍ତୁ ଏସବୁକୁ ମାନି ନଥିଲେ ସାଂସଦ। ସମର୍ଥକଙ୍କୁ ସାଙ୍ଗରେ ନେଇ ନଯିବାକୁ ଅନୁରୋଧ କରିଥିଲା ପୁଲିସ କିନ୍ତୁ, ସାଂସଦ ପୁଲିସର ଅନୁରୋଧକୁ ଭୃକ୍ଷେପ ନକରି ପଦଯାତ୍ରା ପାଇଁ  ଅଡି ବସିଥିଲେ। ଏହାପରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା। ଏବଂ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ମାନିବାକୁ ରାଜି ନଥିଲେ ସାଂସଦ ଅପରାଜିତା।  ଏକାଧିକ ଗାଡି ନେଇ ପୁରୀ ଯାଉଥିବାରୁ ଅନୁମତି ଦେଇନଥିଲା ପୁଲିସ । ତେଣୁ କିଛି ବାଟ ଚାଲି ଚାଲି ଯାଇଥିଲେ ଅପରାଜିତା ଏହା ପରେ ମାଳତୀପାଟପୁରରୁ କାରରେ ଯିବା ପାଇଁ ଅନୁମତି ଦେଇଥିଲା ପ୍ରଶାସନ । ଅପରାଜିତାଙ୍କ ସହ ଯାଇଥିବା ଅନ୍ୟ ସମସ୍ତ ଗାଡିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇଥିଲା ।

ସେମାନେ କେବଳ ଦର୍ଶନ ପାଇଁ ଯାଇଥିବା ପୁଲିସକୁ କହିଥିଲେ। କିନ୍ତୁ ଦର୍ଶନ ଆଳରେ ବଡଦାଣ୍ଡରେ ପଦଯାତ୍ରା କରି ହୀନ ରାଜନୀତି କରିଛନ୍ତି ସାଂସଦ।ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପୁଲିସର ଅନୁରୋଧକୁ ଭୃକ୍ଷେପ ନକରି ପଦଯାତ୍ରା କରି ଆଇନ ଭାଙ୍ଗିଛନ୍ତି ଅପରାଜିତା।  ଆଇନର ରକ୍ଷାକାରୀ କିଭଳି ଆଇନର ଉଲ୍ଲଂଘନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି ।

ପୁରୀ ଜିଲ୍ଲା ପ୍ରଶାସନ କୌଣସି ପଦଯାତ୍ରା ପାଇଁ ଅନୁମତି ପ୍ରଦାନ କରିନଥିବା ବେଳେ ଅମାନିଆ ଭାବେ ସାଂସଦଙ୍କ ଏହି ରାଲିକୁ ପୁରୀବାସୀ ଘୋର ବିରୋଧ କରିଛନ୍ତି। ଜଣେ ସାଂସଦ ହୋଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ଅପରାଜିତା ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା। ଏଥି ସହିତ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଅପରାଜିତାଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବିରୋଧ କରାଯାଇ ଟମାଟୋ ମାଡ କରାଯାଇଛି। ସାଂସଦ ଅପରାଜିତାଙ୍କ ପଦଯାତ୍ରା ଉପରକୁ ଟମାଟୋ ମାଡ଼ କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଯୁବ କଂଗ୍ରେସ କର୍ମୀ ଟମାଟୋ ଫିଙ୍ଗିଥିବା ଜଣାପଡିଛି।

ଅନ୍ୟପଟେ ଜଣେ ସାଂସଦ ହୋଇ ଏଭଳି ଆଇନର ଉଲ୍ଲଘଂନକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ ସାମ୍ବାଦିକ ରବି ଦାସ ଏନେଇ କହିଛନ୍ତି ‘ଅପରାଜିତା କେବଳ ଜଣେ ସାଂସଦ ନୁହନ୍ତି ବରଂ ଜଣେ ପୂର୍ବତନ ପ୍ରଶାସିକା। ଆଇନ କାନୁନ ବିଷୟରେ ତାଙ୍କୁ ଭଲ ଭାବେ ଜଣା। ତାଙ୍କ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି। ଆଇ ଉଲ୍ଲଂଘନ ହୋଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା। କାରଣ ଆଇନ ଆଖିରେ ସମସ୍ତେ ସମାନ।’, ସେହିପରି ଏହା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଧିଷ୍ଟ। ଜଣେ ସାଂସଦ ସର୍ବନିମ୍ନ ସୌଜନ୍ୟ ଦେଖାଇବା ସହ ଆଇନକୁ ସମ୍ମାନ ଦେବା କଥା। ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ ଚେଲା ଚାମୁଣ୍ଡା ଧରି ଯାଇ ନ ଥାନ୍ତେ। ବୋଲି ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ ତାଙ୍କ ମନ୍ତବ୍ୟରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.