ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ପୁଷ୍ପା’ ଶୈଳୀରେ ମଦ ଚାଲାଣ ମାମଲା: ଖୋଲୁଛି ନିଶା କାରବାର ସାମ୍ରାଜ୍ୟର ଗୁମର

ଭୁବନେଶ୍ୱର: ଆନ୍ତଃରାଜ୍ୟ ନିଶା ମାଫିଆ ଜଗମୋହନ ସାହୁ ଓରଫ ରାଜକୁମାର ନିଶା କାରବାର ସାମ୍ରାଜ୍ୟର ଫିଟୁଛି ଗୁମର। ଗତବର୍ଷ ରାଜକୁମାର ଅରୁଣାଚଳପ୍ରଦେଶରୁ କୋଲକାତା ଦେଇ ଟ୍ରକ ଭର୍ତ୍ତି ମଦ ଓଡ଼ିଶାକୁ ଆଣୁଥିଲା। ତେବେ ଟ୍ରକ୍‍ ସହ ରାଜକୁମାର କୋଲକାତା ପୁଲିସ ହାବୁଡ଼ରେ ପଡ଼ିଯାଇଥିଲା। ପରେ କୋଲକାତା ପୁଲିସ ରାଜକୁମାରକୁ ଥାନାକୁ ନେବା ସହ ମଦ ଟ୍ରକକୁ ଜବତ କରିଥିଲା। କିନ୍ତୁ ରାଜକୁମାର ମଦ ବୋଝେଇ ଟ୍ରକରେ ଯାତ୍ରୀ ଭାବେ ଓଡ଼ିଶାକୁ ଆସୁଥିବା କୋଲକାତା ପୁଲିସକୁ କହିଥିଲା। ମଦ ଚାଲାଣ ପଛରେ ତାଙ୍କର କିଛି ଭୂମିକା ନ ଥିବା ପୁଲିସ ଆଗରେ ଉତ୍ତର ଦେଇଥିଲେ ରାଜକୁମାର। ଏଥିରେ ରାଜକୁମାରଙ୍କୁ ଟ୍ରକ ଚାଳକ ଓ ହେଲପର ସହାୟତା କରିଥିଲେ। ଗୋଟିଏ ଦିନ ଗୁଡ଼େଇ ତୁଡ଼େଇ ପଚରାଉଚରା କରିବା ପରେ ରାଜକୁମାରକୁ ଛାଡ଼ି ଦେଇଥିଲା ପୁଲିସ। ଏହାରି ଭିତରେ କୋଲକାତା ପୁଲିସ ରାଜକୁମାର ଅପରାଧର ତାଲିକା ଖୋଜିଥିଲା। ଏମିତିକି ଓଡ଼ିଶା ପୁଲିସକୁ ଯୋଗାଯୋଗ କରିଥିଲା। କିନ୍ତୁ ସେ କେବେ ବି ପୁଲିସ ହାତରେ ଧରାପଡ଼ି ନ ଥିବାରୁ ଅପରାଧର ସୁରାକ୍‍ ପାଇ ନ ଥିଲା କୋଲକାତା ପୁଲିସ। ଶେଷରେ ରାଜକୁମାରକୁ ଛାଡ଼ି ଦେବା ସହ ମଦ ଭର୍ତ୍ତି ଟ୍ରକକୁ ଜବତ କରିବା ଟ୍ରକ ଚାଳକ ଓ ହେଲପରକୁ ଗିରଫ କରି ତଦନ୍ତ କରିଥିଲା କୋଲକାତା ପୁଲିସ।

ଦେଶରେ କରୋନା ଲହର ସମୟରେ ରାଜକୁମାର ଅରୁଣାଚଳ ପ୍ରଦେଶରୁ ମଦ ଆଣୁଥିଲେ। ଓଡ଼ିଶାରେ ମଦ ଦୋକାନରେ ତାଲା ଝୁଲିବା ସହ ଅନ୍‍ଲାଇନ୍‍ରେ ମଦ ମିଳୁଥିଲା। ଏତିକିବେଳେ ରାଜକୁମାର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଲାଗି ଯୋଜନା କରିଥିଲା। ଟ୍ରକ ଉପରେ ଜରୁରୀ ସାମଗ୍ରୀ ରଖି ଭିତରେ ପେଟି ପେଟି ମଦ ଆଣୁଥିଲେ ରାଜକୁମାର। ତେବେ କୋଲକାତା ପୁଲିସର ଯାଞ୍ଚ୍‍ ବେଳେ ଧରାପଡ଼ିଯାଇଥିଲା ମଦଭର୍ତ୍ତି ଟ୍ରକ। ସେଠାରୁ କୌଶଳକ୍ରମେ ଖସି ଆସିଥିଲା ରାଜକୁମାର। ଏହାପରେ ଆଉ ଅରୁଣାଚଳପ୍ରଦେଶ ରାଜକୁମାର ଯାଉ ନ ଥିଲା। ଓଡ଼ିଶାରେ ରହି ପୂରା ମଦ କାରବାର ସିଣ୍ଡିକେଟ୍‍କୁ ଅପରେଟ୍‍ କରୁଥିଲା। ଏପରିକି ରାଜକୁମାର ମଦ କାରବାରରେ ସମ୍ପୃକ୍ତି ରହୁଥିବା କିଛି ଯୁବକ ଅରୁଣାଚଳ ପ୍ରଦେଶକୁ ଯାଇ ମଦ ଗାଡ଼ିରେ ଆସୁଥିଲା। ତେବେ ୧ ତାରିଖରେ ଢେଙ୍କାନାଳରୁ ୧୬ଚକିଆ କଣ୍ଟେନର୍‍କୁ ଜବତ କରିଥିଲା ଅବକାରୀ ବିଭାଗ। ସେଥିରେ ରାଜକୁମାରର ସହଯୋଗୀ ଅବିନାଶ ମହାରଣା ଥିଲେ। ତେବେ କଣ୍ଟେନ୍‍ର ଚାଳକ, ହେଲପର ସମେତ ଅବିନାଶକୁ ଗିରଫ କରିଥିଲା ଅବକାରୀ ବିଭାଗ।

ସେପଟେ ରାଜକୁମାରକୁ ରିମାଣ୍ଡରେ ଆଣି ଜେରା କରିବା ଲାଗି ଯୋଜନା କରାଯାଉଛି। ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ଦିଗରେ ତଦନ୍ତ କରାଯାଉଛି। ଏଥିସହିତ ରାଜକୁମାର ପତ୍ନୀ ଏବଂ ପରିବାର ଅନ୍ୟ ସଦସ୍ୟଙ୍କୁ ଜେରା କରିବ ତଦନ୍ତକାରୀ ଟିମ୍‍।

ସୂଚନାଯୋଗ୍ୟ ଯେ, ଜଳ ବିଶୋଧନ ମେସିନ୍‍ ଭିତରେ ମଦକୁ ଅରୁଣାଚଳ ପ୍ରଦେଶରୁ ସମ୍ବଲପୁରକୁ ମଦ ଚାଲାଣ ହେଉଥିଲା ବେଳେ ଢେଙ୍କାନାଳରେ ଧରାପଡ଼ିଥିଲା। ପ୍ରାୟ ୮୦ ଲକ୍ଷ ଟଙ୍କାର ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ପଚରାଉଚରା ପରେ ରାଜକୁମାର ମୁଖ୍ୟ କାର୍ପଟଦାର ବୋଲି ସେମାନେ ତଥ୍ୟ ଓଗାରିଥିଲେ। ଅବକାରୀ ଟିମ ଧଉଳିରେ ଚଢ଼ଉ କରି ରାଜକୁମାରକୁ ଗିରଫ କରିବା ସହ ନଗଦ ୯ଲକ୍ଷ ଟଙ୍କା ଓ ଗଞ୍ଜେଇ ଏବଂ ଦାମୀ ଗାଡ଼ି ଜବତ କରିଥିଲା।

Leave A Reply

Your email address will not be published.