ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ବଜାର ପ୍ରବେଶ କଲା ମୋଟୋ ଇ-୭ ପାୱାର

ନୂଆଦିଲ୍ଲୀ: ମୋଟରୋଲା କମ୍ପାନୀ ଏକ ନୂତନ ସ୍ମାର୍ଟଫୋନ୍ ମୋଟୋ ଇ- ୭ ପାୱାର ଶୁକ୍ରବାର ଭାରତରେ ଲଞ୍ଚ କରିଛି। ୱାଟରଡ୍ରପ୍ ନଚ୍ ଏବଂ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ମୋଟୋ ଇ-୭ ପାୱାର ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନ୍ ଉପଭୋକ୍ତା ପକେଟକୁ ସୁହାଇଲାଭଲି ମୂଲ୍ୟ ରଖାଯାଇଛି। ଯାହା ଭାରତୀୟ ବଜାରରେ ରେଡମି ୯-ଆଇ, ଇନଫିନିକ୍ସ ସ୍ମାର୍ଟ -୫ ଏବଂ ରିଅଲମ ସି-୧୫କୁ ଟକ୍କର ଦେବ ବୋଲି କୁହାଯାଉଛି।

ମୋଟୋ ଇ -୭ ପାୱାର ଦୁଇଟି ମଡେଲକୁ ଭାରତରେ ଲଞ୍ଚ କରାଯାଇଛି। ପ୍ରଥମ ମଡେଲ୍ ହେଉଛି ୨ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ୍, ଯାହାର ମୂଲ୍ୟ ୭,୪୯୯ ଟଙ୍କା । ଅନ୍ୟ ମଡେଲ୍ ହେଉଛି ୪ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ୍, ଯାହାର ମୂଲ୍ୟ ୮,୨୯୯ ଟଙ୍କା। ଏହି ଫୋନଟି ଫ୍ଲିପକାର୍ଟ ଏବଂ ଅନ୍ୟାନ୍ୟ ୱେବସାଇଟରୁ ଫେବୃଆରୀ ୨୬ରୁ କ୍ରୟ କରାଯାଇପାରିବ।

ମୋଟୋ ଇ-୭ ପାୱାରରେ ଆଣ୍ଡ୍ରଏଡ୍ ୧୦ ଦିଆଯାଇଛି। ଏହା ବ୍ୟତୀତ ଏହି ଫୋନରେ ୬.୫ ଇଞ୍ଚ ଏଚଡି ଡିସପ୍ଲେ ଓ ମ୍ୟାକ୍ସ ଭିଜନ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ ୭୨୦୦ x ୧୬୦୦ ପିକ୍ସେଲ ଅଛି । ଏହି ଫୋନରେ ମିଡିଆଟେକ ହେଲିଓ ଦିଆଯାଇଛି।

କ୍ୟାମେରା ବିଷୟରେ କହିବାକୁ ଗଲେ ଏହାର ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଯେଉଁଥିରେ ମୁଖ୍ୟ ଲେନ୍ସ ୧୩ ମେଗାପିକ୍ସେଲ। ଦ୍ୱିତୀୟ ଲେନ୍ସ ୨ ମେଗାପିକ୍ସେଲ ମାକ୍ରୋ ସେନସର ଦିଆଯାଇଛି।  ୫ ମେଗାପିକ୍ସେଲର ସେଲଫି କ୍ୟାମେରା ଅଛି। କ୍ୟାମେରା ସହିତ ପୋଟ୍ରେଟ୍, ପାନୋରାମା, ଫେସ ବିୟୁଟି ଭଳି ଅନେକ ମୋଡ୍ ଉପଲବ୍ଧ ।

ମୋଟୋ ଇ-୭ ପାୱାରରେ ସଂଯୋଗ ପାଇଁ ୪ଜି ଭୋଲଟି, , ୱାଇ-ଫାଇ , ବ୍ଲୁଟୁଥ୍ ୫.୦, ଏଫଏମ ରେଡିଓ, ୟୁଏସବି ଟାଇପ୍-ସି ପୋର୍ଟ ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ଉପଲବ୍ଧ । ଫୋନର ପଛ ପ୍ୟାନେଲରେ ଏକ ଫିଙ୍ଗର ପ୍ରିଣ୍ଟ ସେନସର ମଧ୍ୟ ଅଛି । ଏହି ସ୍ମାର୍ଟଫୋନରେ ଜବରଦସ୍ତ ବ୍ୟାଟେରୀ ଦିଆଯାଇଛି। ଏଥିରେ ୫୦୦୦ ଏମଏଚ ବ୍ୟାଟେରୀ ସହ ୧୦ ୱାଟର ଫାଷ୍ଟ ଚାର୍ଜିଂର ଚାର୍ଜର ମଧ୍ଯ ଉପଲବ୍ଧ।

Leave A Reply

Your email address will not be published.