୩ ମାସର ଶିଶୁକୁ ବିକିଲା ମା’

ଭୁବନେଶ୍ବର : ରାଜଧାନୀରେ ପୁଣି ଏକ ଶିଶୁ ବିକ୍ରି ଘଟଣା ପଦାକୁ ଆସିଛି । ୩ ମାସର ଶିଶୁପୁତ୍ରକୁ ୬ ହଜାର ୫ଶହ ଟଙ୍କାରେ ମା’ ବିକ୍ରି କରି ଦେଇଛି। ଏଭଳି ଘଟଣା ନୂଆପଲ୍ଲୀ ଥାନା ସାଲିଆ ସାହିରେ ଦେଖିବାକୁ ମିଳିଛି। ସୂଚନା ପାଇ ଚାଇଲ୍ଡଲାଇନ୍‌ ଏବଂ ନୂଆପଲ୍ଲୀ ଥାନା ପୁଲିସ ଚଢ଼ଉ କରି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଅନ୍ୟ ପଟେ ମା’ଏବଂ ଶିଶୁପୁତ୍ରକୁ କିଣିଥିବା ସୁଇପରକୁ ପୁଲିସ ଅଟକ ରଖ୍ ପଚରାଉଚରା କରୁଛି। ଘଟଣାର ଖୋଳତାଡ କରୁଛି ଚାଇଲ୍ଡଲାଇନ୍ ଓ ନୂଆପଲ୍ଲୀ ଥାନା ପୁଲିସ।

ଶିଶୁପୁତ୍ରକୁ ଉଦ୍ଧାର କରି ନିଜ ହେପାଜାତକୁ ନେଇଛି ଚାଇଲ୍ପଲାଇନ୍ । ଅନ୍ୟ ପଟେ ମା’ ଓ ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ମଧ୍ୟ ପୁଲିସ ଅଟକ ରଖ୍ ଜେରା କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଖାରବେଳନଗର ଥାନା ଅଞ୍ଚଳରେ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ବିକ୍ରି କରି ଦେଇଥିବା ଘଟଣା କିଛି ଦିନ ତଳେ ଦେଖିବାକୁ ମିଳିଥିଲା । ସେହିଭଳି ଝାରପଡ଼ା ଜେଲରେ ସ୍ବାମୀ ଚୋରି ମାମଲାରେ ଥିବା ବେଳେ ସ୍ତ୍ରୀ ଶିଶୁପୁତ୍ରକୁ ବିକ୍ରି ଦେଇଥିବା ଘଟଣା ପୂର୍ବରୁ ଦେଖିବାକୁ ମିଳିଛି ।

Leave a comment