ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜନ୍ମଦାତ୍ରୀ ସାଜିଲା ପିଶାଚିନୀ ! ଦୁଇ ମାସର ପୁଅ ତଣ୍ଟି ଚିପି କୂଅକୁ ଫିଙ୍ଗିଦେଲା ମାଆ

କେନ୍ଦ୍ରାପଡ଼ା: ପାଟକୁରାରୁ ଆସିଲା ଅଭାବନୀୟ ଚିତ୍ର । ଜନ୍ମଦାତ୍ରୀ ସାଜିଲା ନିଜ ପୁଅର ହତ୍ୟାକାରୀ । ନିଜ ଜନ୍ମକଲା ମା ଯେ ଏପରି କରିପାରିବ କେହି ସ୍ୱପ୍ନରେ ମଧ୍ୟ ଚିନ୍ତା ପାରୁନାହାନ୍ତି । ପିଶାଚିନୀ ସାଜି ନିଜ ପୁଅର ହତ୍ୟା କରିବାକୁ ପଛାଇଲାନି ମା’ ।କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧୀନ କାନପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ୨ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରି ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଲା ମାଆ । ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ଉଭୟ ସ୍ବାମୀସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, କାନପୁର ଗାଁର ସତ୍ୟରଞ୍ଜନ ପରିଡାଙ୍କ ପୁଅକୁ ସକାଳୁ ନଦେଖି ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ସତ୍ୟଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରାତିରେ ପୁଅର ତଣ୍ଟି ଚିପି ହତ୍ୟା କରି ଅଖାରେ ପୂରାଇ ଘର ନିକଟ ପରିତ୍ୟକ୍ତ କୂଅରେ ପକାଇ ଦେଇଥିବା ସ୍ବୀକାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଅଭିଯୋଗ ହେବା ପରେ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି ।

ମହିଳାଙ୍କର ତାଙ୍କ ଭିଣୋଇ ସହିତ ପାପ ସମ୍ପର୍କ ଥିବା ଏବଂ ଏହି କାରଣରୁ ଶିଶୁଟିକୁ ସେ ମାରିଦେଇଥିବା ପରିବାର ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.