ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୋହୂଙ୍କ ପାଇଁ ଦୌଡ଼ିଲେ ଶାଶୁ

ଆମ ସମାଜରେ ଶାଶୁ-ବୋହୂର ସମ୍ପର୍କକୁ ନେଇ ସବୁବେଳେ ସମାଲୋଚନା କରାଯାଏ । ବର୍ତ୍ତମାନ କିନ୍ତୁ ସମୟ ପରିବର୍ତ୍ତନ ହୋଇଛି, ଲୋକଙ୍କ ମାନସିକତା ମଧ୍ୟ ବଦଳିଛି । ଶାଶୁ-ବୋହୂଙ୍କ ମଧ୍ୟରେ ତିକ୍ତତାର ଦୃଶ୍ୟ ଦେଖିବାକୁ ମିଳୁନାହିଁ। ପରସ୍ପରକୁ ସହଯୋଗ, ସଚେତନ କରିବା ପାଇଁ ଆଗେଇ ଆସୁଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳଠାରେ। ଖୋଲାରେ ଶୌଚ ନ କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପନ୍ଦା ଗ୍ରାମର ୨୦ ଜଣ ଶାଶୁଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଏହି ଦୌଡ଼ ପ୍ରତିଯୋଗିତାର ନାମ ରଖାଯାଇଥିଲା ‘ଲୋଟା ଦୌଡ଼’ । ଏଥୁରେ ଭାଗ ନେଇଥିବା ଶାଶୁମାନେ ଢାଳରେ ପାଣି ଧରି ୧୦୦ ମିଟର ଦୌଡ଼ିଥିଲେ ।

ଶେଷରେ ବୋହୂମାନଙ୍କ ପାଖରେ ପହଞ୍ଚି ଶାଶୁମାନେ ଢାଳକୁ ଫିଙ୍ଗି ଦେଇଥିଲେ। ଏଥିରେ ରାଧା ପ୍ରଜାପତି, ମଞ୍ଜୁ ପ୍ରଜାପତି ଏବଂ ଅପିତା ପ୍ରଜାପତି ଯଥାକ୍ରମରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦୌଡ଼ରେ ଜିତିଥିବା ମହିଳାଙ୍କର ବୋହୂମାନେ ସେମାନଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ। ଏଥ୍ ସହିତ, ବୋହୂମାନେ ଖୋଲା ସ୍ଥାନରେ ଶୌଚ ନ କରିବାକୁ ପ୍ରତିଶୁତି ମଧ୍ୟ ଦେଇଥିଲେ। ଏହି ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କର ଲକ୍ଷ୍ୟ ହେଉଛି ସେମାନଙ୍କର ବୋହୂମାନଙ୍କୁ ଖୋଲା ସ୍ଥାନରେ ଶୌଚ କରିବା ପାଇଁ ବାରଣ କରିବା । ଏହି ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଜଣେ ମହିଳା କହିଛନ୍ତି, ଏହା ମାଧ୍ୟମରେ ଆମେ ଆମର ବୋହୂମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ବାହାରେ ଅଥବା ଖୋଲା ସ୍ଥାନରେ ଶୌଚ ନ କରି ଘରେ ଥିବା ଶୌଚାଳୟ ବ୍ୟବହାର କରନ୍ତୁ।

Leave A Reply

Your email address will not be published.