ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁଦ୍ଧିକ୍ରିୟାକୁ ଯାଇଥିବା ବେଳେ ବଜ୍ରାଘାତରେ ଚାଲିଗଲା ମା – ପୁଅଙ୍କ ଜୀବନ

ଝାରସୁଗୁଡା : ବଜ୍ରାଘାତରେ ମା’-ପୁଅ ମୃତ । ଏଭଳି ଅଭାବନୀୟ ଘଟଣା ଝାରସୁଗୁଡ଼ା ଗିଲ୍ଲାରେ ଘଟିଛି । ବନହରପାଲି ବାସୁପାଲି ଗାଁ’ରେ ବଜ୍ରାଘାତ ହୋଇ ମା’-ପୁଅଙ୍କ ମୃତ୍ୟୁ ହୋଇଛି । ସମ୍ପର୍କିୟଙ୍କ ଶୁଦ୍ଧିକ୍ରିୟାରେ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି।ମୃତକମାନେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ(୫୦) ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ(୨୭)। ଏହି ବଜ୍ରାଘାତରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ବାସୁପାଲିର ମହେନ୍ଦ୍ର ରୋହିଦାସ। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାସୁପାଲି ଗ୍ରାମକୁ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାପାଇଁ ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ ଯାଇଥିଲେ। ଶୁଦ୍ଧିକ୍ରିୟାର ଏକାଦଶାହ ଭୋଜି ଚାଲିଥିବା ବେଳେ ବଜ୍ରାଘାତ ହୋଇଥିଲା। ଯେଉଁଥିରେ ମା’, ପୁଅ ଓ ଅନ୍ୟ ଜଣେ ଭୋଜି ଖାଇବା ସ୍ଥାନରେ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମା’ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.