ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କିସିଣ୍ଡାରେ ଗୁରୁବାର ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ସୁଜାତା ପଟେଲ ଓ ତାଙ୍କ ଝିଅ ଉତ୍କଳିକା ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନଠୁ ସ୍ବାମୀ କିଶୋର ପଟେଲ ବଡ଼ଝିଅ ଓ ବାପାମାଙ୍କୁ ନେଇ ସୁନ୍ଦରଗଡ଼ ଯାଇଥିଲେ। ସେଠାରେ ଏକ ବିବାହ ଉତ୍ସବରେ ଯୋଗଦେଇ ଆଜି ଫେରିଥିବା ବେଳେ, ବନ୍ଦ ଘରେ ମାଆ ଝିଅଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। କିସିଣ୍ଡା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତନାଘନା ଆରମ୍ଭ କରିଛି।

Leave A Reply

Your email address will not be published.