ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ ଗିରଫ, ଓଡ଼ିଶା ପୁଲିସ ସହଯୋଗରେ ଗିରଫ କଲା NIA

କୋରାପୁଟ: ୩ ଲକ୍ଷ ଟଙ୍କା ପୁରସ୍କାର ଥିବା ମାଓବାଦୀ ଖିଲୋ ରଞ୍ଜୁ ଓରଫ ଚାଣ୍ଟିକୁ ଗିରଫ କରିଛି NIA। ଗତ ୨୦ ତାରିଖରେ କୁଖ୍ୟାତ ମାଓବାଦୀଙ୍କ ନାମରେ ଲାଗିଥିଲା ପୋଷ୍ଟର। ଧରାଇବା ଲୋକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା। କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାମରେ ଲାଗିଥିଲା ପୋଷ୍ଟର। NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ପୋଷ୍ଟରରେ ଉଲ୍ଲେଖ ରହିଥିଲା । ୪ ଜଣ ମାଓବାଦୀଙ୍କ ଉପରେ ୧୦ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଛି। ୪ ଜଣଙ୍କ ମଧ୍ୟରୁ ଜଣେମାତ୍ର ଓଡିଶାର। ଖିଲ ରଞ୍ଜୁ ଓରଫ ଚାଣ୍ଟି ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ତାଘର ମାଲକାନଗିରି ଜିଲ୍ଲାର ପେପରମେଟଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା।

Leave a comment