ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣିକୁ ଏନକାଉଣ୍ଟର

ଭଦ୍ରକ: ଡକାୟତି ଉଦ୍ୟମ କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣିକୁ ଏନକାଉଣ୍ଟର କରିଛି ପୁଲିସ । ଭଦ୍ରକ ଜିଲ୍ଲା ଚଢ଼େୟା ଠାରେ ଡକାୟତି ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରିଛି ଗ୍ରାମାଞ୍ଚଳ ପୋଲିସ । ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା। ପୁଲିସର ଏହି ଏନକାଉଣ୍ଟରରେ ଅପରାଧି ବାପିର ଗୋଡରେ ୨ଟି ଗୁଳି ବାଜିଛି । ଏଥିରେ ବାପି ଆହତ ହୋଇଥିବାରୁ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫଳରେ ବାପିକୁ କାବୁ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣି ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଅପରାଧି ବାପିକୁ ଗିରଫ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚି ଥିଲା। ମାତ୍ର ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା ।ଠିକ ଏତିକିବେଳେ ଡକାୟତମାନେ ମଧ୍ୟ ପାଲଟା ଗୁଳି ଚଳାଇଥିବା ଜଣା ପଡ଼ିଛି । ଏଥିରେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ତିନି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ପୋଲିସ କର୍ମଚାରୀ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.