ସ୍ବର୍ଣ୍ଣ ପଦକ ବିଜେତା ହକି ଖେଳାଳି ରବିନ୍ଦର ପାଲ ସିଂହଙ୍କ କରୋନାରେ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ତଥା ମୋସ୍କୋ ଓଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ହକି ଟିମ୍‌ର ଜବରଦସ୍ତ ଖେଳାଳୀ ରବିନ୍ଦ୍ର ପାଲ୍ ସିଂହଙ୍କ ଦେହାନ୍ତ। ତାଙ୍କର କରୋନାରେ ମୃତ୍ୟୁ ଘଟିଛି । ସେ ୧୯୮୦ ମସିହାରେ ହୋଇଥିବା ମୋସ୍କୋ ଓଲମ୍ପିକ୍ସରେ  ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ଲକ୍ଷେ୍ନୌାର ଏକମାତ୍ର ଖେଳାଳୀ ଥିଲେ ଯିଏକି ଦୁଇଟି ଓଲମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ପ୍ରାୟ ୨ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଶନିବାର ସକାଳେ ଲକ୍ଷେ୍ନୌାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା ।

ହକିରେ କେବଳ ଅଲମ୍ପିକ୍ସ ନୁହଁ ବରଂ ଚାମ୍ପିଅନ୍ସ ଟ୍ରଫି,ବିଶ୍ୱକପ୍ ଓ ଏସିଆ କପ୍‌ରେ ବି ତାଙ୍କର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

Leave a comment