bitcoin
Bitcoin (BTC) 2,252,518.74 0.79%
ethereum
Ethereum (ETH) 138,649.26 1.28%
tether
Tether (USDT) 77.71 0.01%
usd-coin
USD Coin (USDC) 77.71 0.01%
bnb
BNB (BNB) 23,615.15 1.33%
xrp
XRP (XRP) 29.95 2.65%
binance-usd
Binance USD (BUSD) 77.87 0.08%
cardano
Cardano (ADA) 35.83 2.10%
solana
Solana (SOL) 3,266.79 1.55%
dogecoin
Dogecoin (DOGE) 6.37 3.99%

ବ୍ରିଟେନକୁ ରୁଷ୍‌ର ଧମକ , ମାନଚିତ୍ରରୁ ହଜାଇଦେବୁ

ପରମାଣୁ ଯୁଦ୍ଧ କରି ସମୁଦ୍ରରେ ଡୁବାଇ ଦେବୁ

ମସ୍କୋ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ୨ ମାସରୁ ଅଧିକ ସମୟ ହେଲା ଜାରି ରହିଥିବା ଏହି ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଯୁଦ୍ଧରେ ୟୁକ୍ରେନକୁ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ଦେଶଗୁଡିକ ସମର୍ଥନ କରୁଛନ୍ତି। ଏହାକୁ ନେଇ ରୁଷ୍‌ କ୍ଷୁବ୍ଧ ହୋଇଛି। ଏହା ମଧ୍ୟରେ ୟୁକ୍ରେନକୁ ସମର୍ଥନ କରିବାକୁ ନେଇ ବ୍ରିଟେନକୁ ରୁଷ୍‌ ଆଣିବିକ ଆକ୍ରମଣର ଧମକ ଦେଇଛି। ପରମାଣୁ ଯୁଦ୍ଧ କରି ବ୍ରିଟେନକୁ ସମୁଦ୍ର ମଧ୍ୟରେ ଡୁବାଇ ଦିଆଯିବ ବୋଲି କୁହାଯାଇଛି। ରୁଷ୍‌ର ସରକାରୀ ଟିଭି ଚ୍ୟାନେଲ ଏହି ଧମକ ଦେଇଛି। ଏହି ଚ୍ୟାନେଲର ଉପସ୍ଥାପକ ଦିମିତ୍ରି କିସଲିଭ ଗ୍ରାଫିକ ମାଧ୍ୟମରେ ବ୍ରିଟେନକୁ ଡୁବାଇ ଦେବାର ଚିତ୍ର ଦେଖାଇଛନ୍ତି।

ସେ କହିଛନ୍ତି ଯେ ରୁଷ୍‌ର ସମରତ କ୍ଷେପଣାସ୍ତ୍ର ଏବଂ ପୋସିଡନ ଆଣବିକ ଡ୍ରୋନ (ଷ୍ଟେଟ୍ସ-୬) ବ୍ରିଟେନକୁ ମାନଚିତ୍ରରୁ ହଟାଇବାରେ ସକ୍ଷମ। ପାଣି ଭିତରେ ଚାଲୁଥିବା ରୁଷିଆର ପୋସିଡନ ଡ୍ରୋନ ସମୁଦ୍ରରେ ୧୬ ଶହ ଫୁଟର ଉଚ୍ଚ ଲହରୀ ସୃଷ୍ଟି କରି ବ୍ରିଟେନକୁ ଡୁବାଇ ଦେଇପାରେ। ଏହି ଡ୍ରୋନ ବିକିରଣ ସୃଷ୍ଟି କରି ବ୍ରିଟେନକୁ ରେଡିଓ ଆକ୍ଟିଭ ମରୁଭୂମିରେ ପରିଣତ କରିଦେବ। ଆମେରିକାର ରୁଷର ଏହି ଡ୍ରୋନକୁ କେନିୟନ ନାମ ଦେଇଛି। କିଛି ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଭିଡିଓରେ ଦେଖାଯାଇଥିବା ଅଞ୍ଚଳରେ ବ୍ରିଟେନ ସହିତ ଆୟରଲ୍ୟାଣ୍ଡର କିଛି ଅଂଶ ସାମିଲ ରହିଛି। ଡ୍ରୋନ ଏବଂ ଟରପିଡୋର ମିଶ୍ରଣରେ ପୋସିଡନକୁ ତିଆରି କରାଯାଇଛି। ଏହା ବିଶ୍ବର ଯେକୌଣସି ସୁରକ୍ଷା ବ୍ୟବସ୍ଥାକୁ ଭେଦ କରିଦେବ।

ଏହା ପରମାଣୁ ଶକ୍ତି ସମ୍ପନ୍ନ ଆଣିବକ ଅସ୍ତ୍ରଶସ୍ତ୍ର ବହନ କରିପାରୁଥିବା ସ୍ବୟଂଚାଳିତ ଟରପିଡୋ। ଶତ୍ରୁ ଦେଶର ନୌସେନା ବେସ୍‌ ଏବଂ ଉପକୂଳ ସହରକୁ ଧ୍ବଂସ କରିବା ପାଇଁ ଏହାକୁ ବିକଶିତ କରାଯାଇଛି। ନ୍ୟୁୟର୍କ ଏବଂ ଲସ୍‌ ଆଞ୍ଜେଲସ ଭଳି ସହରକୁ ଏହା ନିଶାଣ କରିପାରିବ ବୋଲି ରୁଷ୍‌ ଦାବି କରିଛି। ଆମେରିକା ସମେତ ବିଶ୍ବର କୌଣସି ଦେଶ ପାଖରେ ପୋସିଡନ ଭଳି କୌଣସି ଅସ୍ତ୍ରଶସ୍ତ୍ର ନାହିଁ। ରିପୋର୍ଟ ଅନୁଯାୟୀ ପୋସିଡନକୁ ପ୍ରାୟ ୬୫ ଫୁଟ ଲମ୍ବର ଟ୍ୟୁବରେ ତିଆରି କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୦ ହଜାର କିମି ରହିଛି। ଏହା ଘଣ୍ଟା ପ୍ରତି ୧୦୦-୧୮୫ କିମି ବେଗରେ ଗତି କରି ଟାର୍ଗେଟକୁ ଧ୍ବଂସ କରିଦେବ। ଏହାର ଆକ୍ରମଣରେ ଉପକୂଳ ଅଞ୍ଚଳରେ ୧୬ଶହ ଫୁଟ ଉଚ୍ଚର ଲହଡି ଆସିପାରେ।

ଏହା ସମ୍ପୂର୍ଣ୍ଣ ସହରକୁ ବୁଡାଇବାରେ ସକ୍ଷମ। ଏହି ଟରପିଡୋକୁ ପାଣି ଭିତରେ ଟ୍ରାକ କରିବା ଅସମ୍ଭବ। ପାରମ୍ପରିକ ବୁଡାଜାହାଜ ତୁଳନାରେ ପୋସିଡନ ଦୁଇରୁ ତିନିଗୁଣ ଅଧିକ ବେଗରେ ଗତି କରିପାରିବ। ବିଶ୍ବର କୌଣସି ଟରପିଡୋ ଏହାର ମୁକାବିଲା କରିପାରିବ ନାହିଁ। ପୋସିଡନରେ ୨ ମେଗାଟନ କ୍ଷମତା ବିଶିଷ୍ଟ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ଅର୍ଥାତ୍‌ ଏହା ହିରୋସୀମାରେ ପକା ଯାଇଥିବା ପରମାଣୁ ବୋମାଠାରୁ ଶହେ ଗୁଣ ଅଧିକ ଶକ୍ତିଶାଳୀ ବୋଲି ରୁଷ କହିଛି।

Leave a comment