ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସଟିଏଫ ଜାଲରେ ୩ ବ୍ରାଉନସୁଗର ବେପାରୀ, ରାଜଧାନୀରୁ ଜବତ ହେଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର

ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବ୍ରାଉନସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍‌ ସମୀର ଏବଂ ସୟଦ୍‌ ଇମ୍‌ତିୟାଜ୍ ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବ୍ରାଉନ୍‌ସୁଗାର କାରାବର ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଏସ୍‌ଟିଏଫ୍‌ ଟିମ୍‌ ଜଟଣୀ ରାଜାବଜାରରେ ଚଢାଇ କରିଥିଲା । ଏହି ଚଢାଉରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ ବୋଲି ଜଣା ପଡ଼ିଛି । ଏହାସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଏବଂ ଗୋଟିଏ ପଲସର୍‌ ବାଇକ୍ ମଧ୍ଯ ଜବତ ହୋଇଛି ।

 

Leave A Reply

Your email address will not be published.