ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକୋଇଶିଆ ଭୋଜି ଖାଇ ୮୦ରୁ ଅଧିକ ଅସୁସ୍ଥ, ଗାଁରେ ପହଞ୍ଚିଲେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍

ଭଦ୍ରକ :  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ହସନାବାଦ ପଂଚାୟତ ଅଧିନ ବଡ଼ଅସ୍ତକ ଗାଁରେ ଏକୋଇଶିଆ ଭୋଜି ଖାଇ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଓ ନିମନ୍ତ୍ରିତ ଅତିଥ୍ ଅସୁସ୍ଥ ହୋଇଥିବାର ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ଛୋଟପିଲା ଅଧିକ ରହିଥିବା ଜଣାପଡିଛି।ସମସ୍ତ ଅସୁସ୍ଥଙ୍କୁ ଯାଜପୁର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି ।

ପ୍ରକାଶ ଯେ, ଗତକାଲି ଗୁରୁବାର ରାତିରେ ଭଦ୍ରକ ଜ଼ିଲ୍ଲା ହସନାବାଦ ଅଷ୍ଟକ ଗ୍ରାମର ବେହେରା ସାହିରେ ଦଶରଥ ବେହେରାଙ୍କ ନାତୀ ଏକୋଇସିଆ ପାଳନ ହେଉଥିବାବେଳେ ତାଙ୍କ ଘରକୁ ଗ୍ରାମବାସୀ ଓ ଅତିଥିମାନେ ଆସିଥିଲେ । ଏଥିରେ ପ୍ରାୟ ଶତାଧକ ଲୋକଙ୍କ ନିମନ୍ତ୍ରଣ କରାଯାଇଥିବାବେଳେ ସେଥିମଧ୍ୟରୁ ପ୍ରାୟ ୮୦ଜଣ ପ୍ରସାଦ ସେବନ କରିଥିବାବେଳେ ଆଜି ସକାଳୁ ସେମାନଙ୍କ ମୁଣ୍ଡବିନ୍ଧା, ଛାଡ଼ା, ବାନ୍ତି ଆଦି ହୋଇଥିଲା । ସେମାନେ ଅଧିକ ଅସୁସ୍ଥ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାୟ ୪୫ଜଣଙ୍କୁ ମଙ୍ଗଳପୁର ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ଅନ୍ୟମାନଙ୍କ ଭଦ୍ରକ ଜିଲ୍ଲା ହସ୍ପିଟାଲ ରେ ଦଖଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି  । ଖବରପାଇ ସ୍ଥାନୀୟ ସ୍ଵାସ୍ଥ୍ୟକର୍ମୀ ଓ ଭଦ୍ରକର ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

Leave A Reply

Your email address will not be published.