ଆକ୍ସନ ମୋଡରେ ପଟ୍ଟାମୁଣ୍ଡାଇ ପୁଲିସ: ଦୁଇ ଦିନରେ ୮୦ ଲିଟରରୁ ଉର୍ଦ୍ଧ୍ବ ଚୋରାମଦ ଜବତ, ୫ ଗିରଫ

ଗୋଗୁଆ: ଅନୁଷ୍ଠିତ ହେଉଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ କରିବାକୁ ଆକ୍ସନ ମୋଡରେ ପଟ୍ଟାମୁଣ୍ଡାଇ ପୁଲିସ । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚୋରାମଦ ବିକ୍ରି ହେଉଥିବା ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଦିନରେ ୮୦ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ କରି ୫ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ପଟ୍ଟାମୁଣ୍ଡାଇରେ ଚୋରା ମଦ ବିକ୍ରୁକୁ ବରଦାସ୍ତ କରାଯିବନି ଏବଂ ଚୋରା ମଦ ବିକ୍ରେତାଙ୍କ ଉପରେ ତୀଖ୍ନ ଦୃଷ୍ଟି ରଖାଯାଇଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ତପନ କୁମାର ରାଉତ କହିଛନ୍ତି ।

Leave a comment