ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକରେ ଚାଞ୍ଚଲ୍ୟ : ରାସ୍ତା କଡ଼ ଜମିରେ ପଡିରହିଛି ୭୦ରୁ ଉର୍ଦ୍ଧ୍ବ ଘୁଷୁରୀଙ୍କ ମୃତ ଶରୀର,କାରଣ ଅସ୍ପଷ୍ଟ

ଭଦ୍ରକ: ରାସ୍ତା କଡ଼ ଜମିରେ ପଡ଼ିରହିଛି ୭୦ ରୁ ଉର୍ଦ୍ଧ୍ୱ ଘୁଷୁରୀଙ୍କ ମୃତ ଶରୀର. ଏତେ ସଂଖ୍ୟକ ଘୁଷୁରୀ ମରିଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜ଼ିଲ୍ଲା ଧାମନଗର ରୁ ଯାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବେଦପୁର ନିକଟରେ ଏତେ ସଂଖ୍ୟକ ଘୁଷୁରୀ ମରିଥିବା ଦେଖିବାକୁ ମିଳିଛି। ଧାନ ଜମିରେ ବିକ୍ଷିପ୍ତ ଭାବେ ଘୁଷୁରୀଙ୍କ ମୃତ ଶରୀର ପଡ଼ିରହିଛି । ଗତକାଲି ଘୁଷୁରୀ ମାଲିକ ଘୁଷୁରୀ ଗୁଡିକ ଉକ୍ତ ସ୍ଥାନରେ ଚରାଉଥିବା ସ୍ଥାନୀୟ ଲୋକ ଦେଖିଥିବା କହିଛନ୍ତି। କିନ୍ତୁ ସକାଳ ସମୟରେ ଏଭଳି ଏତେ ସଂଖ୍ୟକ ଘୁଷୁରୀ ମରି ପଡିଥିବା ଦେଖି ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ପ୍ରକଟ ହୋଇଛନ୍ତି ।

ତେବେ କିପରି ଏତେ ସଂଖ୍ୟକ ଘୁଷୁରୀ ମୃତ୍ୟୁ ବରଣ କରିଲେ ତାକୁ ନେଇ ସନ୍ଦେହ ପ୍ରକଟ ହେବା ସହ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣା ସ୍ଥଳରୁ ଘୁଷୁରୀ ମାଲିକ ଫେରାର ଥିବା ଜଣା ପଡିଛି ।

Leave A Reply

Your email address will not be published.