ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର: ଗ୍ରାମାଚଂଳର ଉପେକ୍ଷୀତ ବର୍ଗର ମହିଳାମାନେ ସାମ୍ନା କରୁଥିବା ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ଆୟ ସୃଷ୍ଟି କାର୍ଯ୍ୟକଳାପର ଅନୁସନ୍ଧାନ କରିବା। ସେହି ପ୍ରତିବନ୍ଧକକୁ ଦୂର କରିବାଲାଗି ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ବାରିପଦା ସର୍କଲ୍ ଅଧୀନରେ ଉଦଳା, ବାରିପଦା ଓ ରାଇରଙ୍ଗପୁର ବିଦ୍ୟୁତ ଡିଭିଜନ୍ ଏବଂ କେନ୍ଦୁଝର ସର୍କଲ୍ ଅଧୀନରେ କେନ୍ଦୁଝର, ଆନନ୍ଦପୁର ଓ ଯୋଡ଼ା ଇଲେକ୍ଟ୍ରିକାଲ୍ ଡିଭିଜନ୍ର ୫୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି)ଙ୍କୁ ମିଟର୍ ରିଡିଂ ବିଲିଂ ଓ କଲେକ୍ସନ୍ କାର୍ଯ୍ୟକଳାପ  ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅଧିବେଶନରେ ସେମାନଙ୍କ ତରଫରୁ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଛି। ବର୍ତମାନ ସୁଦ୍ଧା ଟିପିଏନ୍ଓଡିଏଲ୍ ଓ ଏସ୍ଏଚ୍‌ଜି ଗୁଡ଼ିକ ମଧ୍ୟରେ ୨୭୦ରୁ ଅଧିକ ଚୁକ୍ତି ସ୍ୱାକ୍ଷର ହୋଇସାରିଲାଣି, ଫଳରେ ସେମାନେ ମାସକୁ ୮୦୦୦ରୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ଏହା କେବଳ ରାଜସ୍ୱ ସଂଗ୍ରହ ପ୍ରକ୍ରିୟାକୁ ସଂଗଠିତ କରୁନାହିଁ ବରଂ ଗ୍ରାମାଚଂଳର ମହିଳାମାନଙ୍କୁ ଜୀବନ ଜୀବିକା ହାସଲ କରିବାରେ ସହାୟକ ହେଉଛି।

ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ସହିତ ସେମାନଙ୍କ ପାଇଁ ଜୀବନ ଜୀବିକା ସୁଯୋଗର ପ୍ରସାର କରିବାଭଳି ଦ୍ୱେତ ଲକ୍ଷ୍ୟନେଇ ଟିପିଏନ୍ଓଡିଏଲ୍ ପକ୍ଷରୁ ଏହି ଅଧିବେଶନ ଜରିଆରେ ମିଟରିଂ, ବିଲିଂ ଓ କଲେକ୍ସନ୍ (ସଂଗ୍ରହ) ବେଳେ ମହିଳା ଏସ୍ଏଚ୍‌ଜି ଗୁଡ଼ିକୁ ବ୍ୟବହାର ଓ ବୈଷୟିକ ବିଷୟ ଉପରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି ଯଦ୍ୱାରା ସେମାନେ ଆଗାମୀ ଦିନରେ ଏହି କାର୍ଯ୍ୟଗୁଡ଼ିକୁ ସୁଚାରୁ ରୂପେ ତୁଲାଇପାରିବେ। ପ୍ରାକ୍-ଚୁକ୍ତି ଆଲୋଚନାରେ ବିଭିନ୍ନ ଅଂଶୀଦାରମାନଙ୍କ ଦାୟିତ୍ୱ ଓ ମହିଳା ଏସ୍ଏଚଜିଙ୍କ ସହିତ ବୁଝାମଣା ପରେ ଗ୍ରହଣ କରାଯିବାକୁ ଥିବା ପ୍ରକ୍ରିୟା ଓ ମହିଳା ଏସ୍ଏଚ୍ଜି ଗୁଡ଼ିକ ସମ୍ପାଦନ କରୁଥିବା ଦୈନିକ କାର୍ଯ୍ୟକଳାପ ଆଦି ସାମିଲ ଥିଲା।

ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ଭାସ୍କର ସରକାର, ସିଇଓ, ଟିପିଏନ୍ଓଡିଏଲ୍ କହିଛନ୍ତି ଯେ, “ଏକ ସାମାଜିକ ଦାୟିତ୍ୱବାନ ସଂସ୍ଥାଭାବେ ଆମର ବ୍ୟବସାୟ ମୂଲ୍ୟ ଶୃଙ୍ଖଳା ପ୍ରକ୍ରିୀୟା ଜରିଆରେ ଜୀବନ ଜୀବିକା ସୁଯୋଗ ପ୍ରଦାନ କରିବା, ମହିଳା ଏସ୍ଏଚ୍ଜି ଗୁଡ଼ିକୁ ସଶକ୍ତ କରିବା ଓ ସହାୟତା ପ୍ରଦାନ କରିବା ଦିଗରେ ଆମେ ସର୍ବଦା ଉଦ୍ୟମ କରୁଛୁ। ବିଭିନ୍ନ ପ୍ରକାର ସିଏସ୍ଆର୍ କାର୍ଯ୍ୟକଳାପ ଜରିଆରେ ଆମେ ସେମାନଙ୍କ ପାଇଁ ଏଭଳି ସୁଯୋଗ ସୃଷ୍ଟି କରିବା ଜାରି ରଖିବୁ। ଆମେ ଆଶା କରୁଛୁ ଯେ ମହିଳା ଏସ୍ଏଚ୍ଜିମାନେ ପରିବାର ଓ ଗ୍ରାମର ପରିବର୍ତନକୁ ଆଗକୁ ବଢ଼ାଇବେ। ଏହି ପ୍ରଶିକ୍ଷଣ ଅଧିବେଶନ ହେଉଛି ପ୍ରଥମ ଅଧିବେଶନ ଯାହା ଏହି ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଓ ସାମାଜିକ ଏକଜୁଟତାକୁ ଦୃଢ଼ କରିବାରେ ସୁଦୂର ପ୍ରସାରି ସାବ୍ୟସ୍ତ ହେବ।’’

Leave A Reply

Your email address will not be published.