ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱରେ ୫୦ କୋଟି ଲୋକଙ୍କ ହ୍ବାଟସଆପ୍ ଡାଟା ଲିକ୍, ବିପଦରେ ଭାରତର ୬୦ ଲକ୍ଷ ୟୁଜର

ନୂଆଦିଲ୍ଲୀ: ହ୍ବାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ବିଶ୍ୱର ପ୍ରାୟ ୮୦ ଦେଶର ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ତଥା ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି । ଏଥିରେ ଏହି ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଫୋନ ନମ୍ବର ଅନଲାଇନରେ ବିକ୍ରି ପାଇଁ ରଖାଯାଇଛି । ଏହାମଧ୍ୟରେ ଭାରତର ୬୦ ଲକ୍ଷ ୟୁଜରଙ୍କ ଡାଟା ରହିଛି । ଡାଟା ଲିକ୍ ପରେ ଭାରତର ୬୦ ଲକ୍ଷ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ବିପଦରେ । ସାଇବର ନ୍ୟୁଜର ତଥ୍ୟ ଅନୁସାରେ ଏକ ସ୍ବତନ୍ତ୍ର ହ୍ୟାକିଂ ଫୋରମରେ ଏହି ଡାଟା ଲିକ୍ ହୋଇଛି ।

ଯେଉଁ ଦେଶର ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଛି ସେହି ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ବ୍ରିଟେନ, ଆମେରିକା, ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ଋଷ ଆଦି ରାଷ୍ଟ୍ର । ଆମେରିକାର ଡାଟାସେଟର ଦାମ୍ ୭ ହଜାର ଡଲାର ରହିଥିବା ବେଳେ ବ୍ରିଟେନର ଡାଟାସେଟର ଦାମ୍ ରହିଛି ଅଢ଼େଇ ହଜାର ଡଲାର । ଯେଉଁ ବିକ୍ରେତା ଏହି ଡାଟା ହ୍ୟାକ୍ କରିଛନ୍ତି ତାଙ୍କ ସହ ସାଇବର ନ୍ୟୁଜ ଯୋଗାଯୋଗ କରିବା ପରେ ବ୍ରିଟେନର ୧ ହଜାର ୯୭ ଜଣଙ୍କ ତଥ୍ୟ ପ୍ରମାଣ ସ୍ବରୂପ ବିକ୍ରେତା ଦେଇଥିବା କୁହାଯାଇଛି ।

ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଥିଲା ସେହି ୧ ହଜାର ୯୭ ଜଣ ହେଉଛନ୍ତି ବାସ୍ତବରେ ହ୍ବାଟସ ଆପ୍ ୟୁଜର । ତେବେ ଏତେ ସଂଖ୍ୟକ ତଥ୍ୟ କିପରି ହ୍ୟାକ୍ କରାଗଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ବିଶେଷ କରି ସ୍ମିସିଂ ଓ ଭିସିଂ ଜରିଆରେ ସାଇବର ଅପରାଧ ଘଟାଯାଉଥିବା ବେଳେ, ଏହି ବୃହତ ଲିକ୍ କାହା ଜରିଆରେ ହୋଇଛି ତାହାର ସୂଚନା ମିଳିନାହିଁ । ପ୍ରଥମେ ହ୍ବାଟସଆପ୍ ୟୁଜରଙ୍କ ନିକଟକୁ ଏକ ଟେକ୍ସଟ ମେସେଜ ପଠାଇବା ପରେ ଏକ ଲିଙ୍କ୍ ଉପରେ କ୍ଳିକ କରିବା ଲାଗି ସାଇବର ଅପରାଧୀ କହିଥାନ୍ତି । ପରେ କ୍ରେଡିଟ କାର୍ଡ ବା ଅନ୍ୟାନ୍ୟ ତଥ୍ୟ ମଗାଯିବା ପରେ ଆକାଉଣ୍ଟ ହ୍ୟାକ କରାଯାଇଥାଏ । ଗତବର୍ଷ ମଧ୍ୟ ପ୍ରାୟ ୫୦ କୋଟି ଫେସବୁକ ୟୁଜରଙ୍କ ତଥ୍ୟ ହ୍ୟାକ ହୋଇଥିଲା । ସେଥିରେ ଥିଲା ଭାରତୀୟ ୟୁଜରଙ୍କ ପ୍ରାୟ ୬୦ ଲକ୍ଷ ରେକର୍ଡ ।

Leave A Reply

Your email address will not be published.