ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ବିଜେଡିର ବଳ : ବିଜେଡିରେ ମିଶିଲେ ୨ଶହରୁ ଅଧିକ ବିଜେପି କର୍ମୀ

ଭୁବନେଶ୍ୱର: ପୌର ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ସହର ରାଜନୀତି । ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ବିଜେଡିର ଲୋକପ୍ରିୟତାକୁ ପୁଞ୍ଜି କରି ଅନେକ ଆଶାୟୀ ଟିକେଟ ପାଇବାକୁ ଥିବାବେଳେ ବର୍ତ୍ତମାନ ଅନେକ ନେତା ବିଜେଡିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ୱର ୪୦ ଓ ୪୧ ନମ୍ବର ୱାର୍ଡର ୨ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି ।

ବିଜେଡିରେ ସାମିଲ ହୋଇଥିବା କର୍ମୀଙ୍କ ମଧ୍ୟରେ ଅଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଓ ସ୍ୱଚ୍ଛ ଶାସନରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ଦଳ ଓ ୱାର୍ଡ ଆହୁରି ମଜବୁତ ହେବ । ଯାହାକୁ ବି ପୌର ନିର୍ବାଚନରେ ନବୀନ ବାବୁ ଟିକେଟ ଦେବେ, ଆମେ ଦଳର ଶୃଙ୍ଖଳିତ କର୍ମୀ ଭାବେ ତାଙ୍କୁ ସମର୍ଥନ କରିବୁ ବୋଲି ସାମିଲ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସମସ୍ତ କର୍ମୀ ।ଲୋକଙ୍କୁ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମାଧାନ କରାଯିବ କର୍ମୀମାନେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

ମାର୍ଚ୍ଚ ୨୬ରେ ରାଜ୍ୟରେ ପୌର ଭୋଟ୍ ପଡିବାକୁ ଯାଉଛି । ପଞ୍ଚାୟତ ଦଖଲ ପରେ ପୌରରେ ମଧ୍ୟ ଶାସକ ବିଜେଡି ଭଲ ସ୍ଥିତିରେ ରହିବ ବୋଲି ରାଜନୀତିକ ସମୀକ୍ଷକ ମାନେ ଗଣିତ କଷିବା ଆରମ୍ଭ କଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ଲୋକାଭୀମୁଖୀ ଯୋଜନା ହିଁ ବିଜେଡି ବିଜୟର କାରଣ ସାଜିଛି । ତେଣୁ ନିର୍ବାଚନ ତାରିଖ ଘୋଷଣା ପରେ ଦଳରେ ସାମିଲ ହେବା ପକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.