ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରକରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଚାଳକ ଫେରାର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ନଳିନୀ ଛକ ନିକଟରେ ଏକ ଟ୍ରକ ଉପରେ ଚଢାଉ କରି ସୋନପୁର ଥାନା ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ସିଜି- ୧୦ ସି ୯୭୬୦ ନମ୍ବର ବିଶିଷ୍ଟ ଏକ ବଡ଼ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସୋନପୁର ପୁଲିସ ଗାଡିକୁ ନଳିନୀ ଛକ ନିକଟରୁ କାବୁ କରିଥିଲା । ଗାଡ଼ି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ସୋନପୁର ପୁଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତରେ ଗାଡ଼ିରେ ଥିବା ପ୍ରାୟ ୨ କ୍ୟୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି । ଫେରାର ଗାଡି ଡ୍ରାଇଭରକୁ ଖୋଜିବା ସହ ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

Leave A Reply

Your email address will not be published.