ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୈପାରୀଗୁଡାରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ୨କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

ବୈପାରୀଗୁଡା: ବୈପାରୀଗୁଡା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବୈପାରୀଗୁଡା ବ୍ଲକ ଗଞ୍ଜେଇ ଚାଲାଣ କାରିଙ୍କ ଚୋରାଭୂଇଁ ପାଲଟିଥିବା ବେଳେ ଏବେ ବୈପାରୀଗୁଡା ବ୍ଲକର ବହୁ ଦୁର୍ଗମ ଅଞ୍ଚଳରେ ଏବେ ଚାଷ ମଧ୍ୟ କୋରାଯଉଛି। ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତ କାତପୋଡା ଓ ମାଝୀଗୁଡା ଦୁଇ ଗାଁ ମଧ୍ୟ ଭାଗ ରାସ୍ତା କଡ଼ରେ ଗଞ୍ଜେଇ ଚାଷ କରାଯାଇଥିବା ନେଇ ବୋଇପାରୀଗୁଡା ପୁଲିସ ଖବର ପାଇବା ପରେ ଜୟପୁର ଉପଖଣ୍ଡିୟ ପୁଲିସ ଅଧିକାରୀ ଶ୍ରୀ ଅରୂପ ଅଭିଷେଖ ବେହରାଙ୍କ ନେତୃତ୍ୱରେ କୋରାପୁଟ ମୋବାଇଲ ଟିମ, ବୈପାରୀଗୁଡା ଅବକାରୀ ବିଭାଗ, ବୈପାରୀଗୁଡା ପୁଲିସର ଏକ ଟିମ ଯାଇ ୩୮ ଏକର ଗଞ୍ଜେଇ ଚାଷ କରାଯିଇଥିବା ଜମିରୁ ଗଞ୍ଜେଇ ଗଛକୁ କାଟି ପଡି ନଷ୍ଟ କରିଛନ୍ତି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୨କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି l

Leave A Reply

Your email address will not be published.