ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବଶୀଘ୍ର ଟ୍ରାକକୁ ଫେରିବ ୧୭୦୦ରୁ ଅଧିକ ଟ୍ରେନ୍ : ବନ୍ଦ ହୋଇଯିବ ଜେନେରାଲ୍ ଟିକେଟ୍

ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ରାକକୁ ଫେରିବ ୧୭୦୦ରୁ ଅଧିକ ଟ୍ରେନ୍ । କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିକୁ ଆସିବା ପରେ ରେଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ତେବେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ସମସ୍ତ ଟ୍ରେନ୍ ଚଳାଚଳ କରିବ । କନଫର୍ମ କିମ୍ବା ୱେଟିଂ ଟିକେଟ ଥିଲେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ । ଜେନେରାଲ ଟିକେଟକୁ ବନ୍ଦ କରି ଦିଆଯିବ । ପୂର୍ବରୁ ବୁକିଂ ହୋଇଥିବା ଟିକେଟ୍ ଉପରେ ଅତିରିକ୍ତ ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ସେହିଭଳି ରେଲୱେ ପକ୍ଷରୁ ପୂର୍ବରୁ ବୁକିଂ ହୋଇଥିବା ଟିକେଟ୍ ପାଇଁ କୌଣସି ଟଙ୍କା ଫେରସ୍ତ ହେବ ନାହିଁ । ୱାର୍କିଂ ଟାଇମ୍ ଟେବୁଲ ୨୦୨୧ ଅନୁସାରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଆଗରୁ ବୁକ୍ ହୋଇଥିବା ଟିକେଟର ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ସେହିପରି ଫେରସ୍ତ ବାବଦରେ ମଧ୍ୟ ପୂର୍ବରୁ ଯେଉଁ ନିୟମ ଥିଲା ସେହି ନିୟମ ବଳବତ୍ତର ରହିବ । କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ୧୭୦୦ ଟ୍ରେନ୍ ଚଳାଚଳ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି ଏବଂ ଖୁବଶୀଘ୍ର ସମସ୍ତ ଜୋନକୁ ଏସମ୍ପର୍କରେ ଅବଗତ କରାଇ ଦିଆଯିବ । ଗତ ମାର୍ଚ୍ଚ ୨୦୨୦ରୁ କୋଭିଡ୍ ଯୋଗୁଁ ସାରା ଦେଶରେ ଟ୍ରେନ୍ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା । ୧୬୬ ବର୍ଷ ପରେ ପ୍ରଥମଥର ପାଇଁ ଦେଶରେ ଟ୍ରେନ୍ ସେବାକୁ ବନ୍ଦ କରି ଦିଆ ଯାଇଥିଲା । କେବଳ କିଛି ସ୍ୱତନ୍ତ୍ର ଟ୍ରେନକୁ ବାଦ୍ ଦେଲେ ସହସ୍ରାଧିକ ଟ୍ରେନକୁ ବାତିଲ କରା ଯାଇଥିଲା । ବର୍ତ୍ତମାନ ଏକ୍ସପ୍ରେସ୍ ଶ୍ରେଣୀର ୯୫ ପ୍ରତିଶତ ଟ୍ରେନ୍ ଟ୍ରାକକୁ ଫେରିଥିବା ବେଳେ ୨୫ ପ୍ରତିଶତ ଟ୍ରେନ୍ ସ୍ୱତନ୍ତ୍ର ଶ୍ରେଣୀର ଟ୍ରେନ୍ ଭାବେ ଚଳାଚଳ କରୁଛି ।

Leave A Reply

Your email address will not be published.