ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜାରରୁ ୧୦ ଲକ୍ଷରୁ ଅଧିକ ଗାଡ଼ି ଫେରାଇନେଲା ବିଏମ୍‌ଡବ୍ଲ୍ୟୁ

ନୂଆଦିଲ୍ଲୀ : ଜର୍ମାନୀଭିତ୍ତିକ ବିଳାସପୂର୍ଣ୍ଣ କାର ନିର୍ମାତା ବିଏମ୍‌ଡବ୍ଲ୍ୟୁ ସାରା ବିଶ୍ବରେ ଏହାର ବିକ୍ରି ହୋଇଥିବା ୧୦ ଲକ୍ଷରୁ ଅଧିକ କାରକୁ ପ୍ରତ୍ୟାହାର କରିନେଇଛି। ଏହି କାରଗୁଡିକର ଇଞ୍ଜିନ୍ ଭେଣ୍ଟିଲେସନ୍ ସିଷ୍ଟମରେ ଏକ ପ୍ରମୁଖ ତ୍ରୁଟି ରହିଥିଲା, ଯେଉଁ କାରଣରୁ କାରରେ ନିଆଁ ଲାଗିବାର ଆଶଙ୍କା ଥିଲା। ଏ ସମ୍ପର୍କରେ ବିଏମ୍‌ଡବ୍ଲ୍ୟୁର ମୁଖପାତ୍ର କହିଛନ୍ତି ଯେ, ଏହି ସମସ୍ୟା ଯୋଗୁ ଆମେରିକାରେ ପ୍ରାୟ ୯.୧୭ ଲକ୍ଷ ସେଦାନ୍‌ ଏବଂ ଏସ୍‌ୟୁଭି, କାନାଡାରେ ୯୮,୦୦୦ କାର ଏବଂ ଦକ୍ଷିଣ କୋରିଆରେ ୧୮,୦୦୦ କାରକୁ କମ୍ପାନୀ ବଜାରରୁ ପ୍ରତ୍ୟାହାର କରିନେଇଛି।

ଆମେରିକାର ଜାତୀୟ ରାଜପଥ ଟ୍ରାଫିକ୍ ସୁରକ୍ଷା ପ୍ରଶାସନର ରିପୋର୍ଟ ଅନୁଯାୟୀ, ବିଏମ୍‌ଡବ୍ଲ୍ୟୁର କାରଗୁଡିକରେ ପଜିଟିଭ୍ କ୍ରାଙ୍କକେସ୍‌ ଭେଣ୍ଟିଲେସନ୍ ଭାଲ୍‌ବ (ପିସିଭି)ହିଟରରେ ବୈଦ୍ୟୁତିକ ସର୍ଟ ଅଭିଯୋଗ ରହିଛି। କାର୍ ଚଲାଇବା ସମୟରେ ଏବଂ ପାର୍କିଂ ସମୟରେ ମଧ୍ୟ ଏହି ଅଭାବ ଦେଖିବାକୁ ମିଳୁଥିଲା। ଏହି କାରଣରୁ କାରଟି ଅତ୍ୟଧିକ ତାତି ଯାଉଥିଲା। ଯେଉଁଥିପାଇଁ କାରରେ ନିଆଁ ଲାଗିବାର ଆଶଙ୍କା ରହିଥିଲା। ରିପୋର୍ଟ ଅନୁଯାୟୀ, ଏଥିରେ ପ୍ରଭାବିତ ଆଶଙ୍କାଥିବା ଗାଡିଗୁଡିକ ୨୦୦୬ ରୁ ୨୦୧୩ ମଧ୍ୟରେ ନିର୍ମିତ ଅଧା ଡଜନ ବିଏମ୍‌ଡବ୍ଲ୍ୟୁ ଗାଡି ଅନ୍ତର୍ଭୁକ୍ତ। ୨୦୧୯ରେ କାରରେ ପ୍ରଥମ ଅଗ୍ନିକାଣ୍ଡ ଘଟିଥଲା, କିନ୍ତୁ ଏହାକୁ ଏକ ପୃଥକ ଘଟଣା ଭାବରେ ଗ୍ରହଣ କରାଯାଇଥିଲା। ୨୦୨୧ ପ୍ରାରମ୍ଭରେ, ଆହୁରି ୬ଟି ସମାନ ମାମଲା ରିପୋର୍ଟ କରାଯାଇଥିଲା। ଏହାପରେ କମ୍ପାନୀ ଗତ ସପ୍ତାହରେ ନିଜ ଆଡୁ ଗାଡିଗୁଡିକର ପ୍ରତ୍ୟାହାର ଘୋଷଣା କରିଥିଲା।

Leave A Reply

Your email address will not be published.