ରାଜ୍ଯରେ ସାମାନ୍ୟ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ଯା: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୫୭୨ ଜଣ ପଜିଟିଭ୍

ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ । ଦିନେ ବଢିଲେ ଦିନେ କମୁଛି ସଂକ୍ରମିତଙ୍କ ସଂଖ୍ଯା । ଦୁଇ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିପଦ ଟଳିନି । ଆମକୁ ସତର୍କ ହୋଇ ରହିବାକୁ ପଡିବ ଏବଂ ସରକାରଙ୍କ ସମସ୍ତ ଗାଇଡଲାଇନ୍କୁ ମାନିବାକୁ ପଡିବ । ଗତ ୨୪ ଘଣ୍ଟାରେ ଆଉ ୧୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୦୯ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 10th Feb
New Positive Cases: 1572
Of which 0-18 years: 309
In quarantine: 918
Local contacts: 654(Details of local contacts will be shared by concerned District)
1. Angul: 9
2. Balasore: 62
3. Bargarh: 25
4. Bhadrak: 27
5. Balangir: 40
6. Boudh: 25— I & PR Department, Odisha (@IPR_Odisha) February 11, 2022
23. Nawarangpur: 20
24. Nayagarh: 35
25. Nuapada: 23
26. Puri: 39
27. Rayagada: 74
28. Sambalpur: 73
29. Sonepur: 12
30. Sundargarh: 113
31. State Pool: 49New recoveries: 3279
Cumulative tested: 28293841
Positive: 1274575
Recovered: 1251431
Active cases: 14253— I & PR Department, Odisha (@IPR_Odisha) February 11, 2022
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୪୫୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୨୫୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୫୧୪୩୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୨୯୩୮୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।