ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନ୍ ୧୬ରୁ ଖୋଲିବ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଜୁନ୍ ୧୬ରୁ ଖୋଲିବ। ଏନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଥିଲା ।

ତେବେ ଏହି ଐତିହ୍ୟସ୍ଥଳୀଗୁଡିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରୋନା ନିୟମାବଳୀ ପାଳନ ହେବ ।ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ପକ୍ଷରୁ କୁହାଯ଼ାଇଛି ଯ଼େ ଆସନ୍ତା ୧୬ ତାରିଖରୁ ବିଭାଗ ଅଧିନରେ ସାରା ଦେଶରେ ଥିବା ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମଗୁଡ଼ିକ ଖୋଲିବ । ଓଡ଼ିଶାରେ ଏସଆଇ ଦ୍ବାରା ସଂରକ୍ଷିତ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି ।

Leave A Reply

Your email address will not be published.