ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାଭାବିକ ସ୍ଥିତିକୁ ଫେରୁଛି ମୌସୁମୀ, ୬ରୁ ବଡ଼ ବର୍ଷା

ଭୁବନେଶ୍ୱର : ଦକ୍ଷିଣମୁହାଁ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ମୌସୁମୀର ନିମ୍ନଚାପ ରେଖା ବୁଧବାର ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ଼, ବରେଲୀ, ଫୁରସତଗଞ୍ଜ, ବାରଣାସୀ, ଝାଡ଼ଖଣ୍ଡ ମଧ୍ୟଦେଇ ଓଡ଼ିଶାର ବାଲେଶ୍ୱରରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ୱିଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖÒ ୫ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୪ ଜିଲ୍ଲାକୁ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ରାଜ୍ୟରେ ମୌସୁମୀ ବିରତି ଯୋଗୁଁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼଼ିଥÒଲା। ମୌସୁମୀ ନିମ୍ନ ଚାପ ରେଖାର ଉତ୍ତରାୟଣ ଗତି ଫଳରେ ମୌସୁମୀ ଦୁର୍ବଳ ରହିଛି। ଯାହାଦ୍ୱାରା ବର୍ଷାର ପରିମାଣ ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହୋଇଛି। ରାଜ୍ୟରେ ଗତ ଜୁଲାଇ ମାସ ୨୬ ତାରିଖରୁ ବର୍ଷାର ପରିମାଣ କ୍ରମାଗତ ଭାବେ କମିଚାଲିଥିବା ବେଳେ ୨୮ ତାରିଖରୁ ଏହି ସ୍ଥିତି ଆହୁରି ଗୁରୁତର ହୋଇଛି। ୨୮ ଜୁଲାଇରୁ ୩ ଅଗଷ୍ଟ ଏହି ୭ ଦିନ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ତୁଳନାରେ ୬୯ ପ୍ରତିଶତ କମ୍‍ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଆରମ୍ଭ ହୋଇଥିବା ଚାଷକାମ ପ୍ରଭାବିତ ହୋଇଛି।

Leave A Reply

Your email address will not be published.