Latest Odisha News, Breaking News Today | Top Updates on Corona

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଭଗବାନଙ୍କ ଭରସାରେ କାହ୍ନା

କଣ୍ଟାମାଳ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପୁଅକୁ ଭଲ କରିବା ପାଇଁ ବାପା ମା’ଙ୍କ ପାଖରେ ଯେତେ ସବୁ ବିକଳ୍ପ ଥିଲା ସବୁ ସାରିଲା । ଘରେ ସୁନା ଗହଣା ଠୁ ଆରମ୍ଭ କରି ଜମି ମଧ୍ୟ ବନ୍ଧା ପକାଇଲେ ହେଲେ ପୁଅକୁ ସୁସ୍ଥ କରିବାରେ ସଫଳରେ ହୋଇପାରିଲେ ନାହିଁ । ୧୨ ବର୍ଷର ପୁଅ ପାଠ ପଡ଼ିବା ବୟସରେ ଅଜଣା ରୋଗରେ ପଡ଼ି ମାନସିକ ଶକ୍ତି ହରାଇଲା । ଏବେ ଉପଯୁକ୍ତ ଔଷଧ କିଣିବା ପାଇଁ ପରିବାର ପାଖରେ ଅର୍ଥ ସାଜିଛି ବାଧକ । କେବଳ ଭଗବାନ ଭରସାରେ ଏବେ କାହ୍ନା। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗାଁର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

୧୨ ବର୍ଷ ବୟସର ବାଳକ କାହ୍ନା ବିସି । ଗତ ଅଢେଇ ବର୍ଷ ତଳେ କୌଣସି ଏକ ଅଜଣା ରୋଗରେ ପଡ଼ି ମାନଶିକ ଶକ୍ତି ହରାଇବସିଲା । ପଥମେ ବୌଦ୍ଧ ଡ଼ାକ୍ତରଖାରେ ଚିକିତ୍ସା କରିବା ପରେ ଔଷଧ ଖାଇ ଘରେ ରହୁଥିଲା । ବାପା ମା’ଙ୍କ ମନରେ ମଧ୍ୟ ଆଶା ଥିଲା ପୁଅ ଭଲ ହେଇଯିବ । ହେଲେ ତାଙ୍କର ଅନୁପସ୍ଥିତିରେ ପୁଅ ଏଣେତେଣେ ପଳେଇଯାଉଥିଲା । ଗାଁ ସାରା ଖୋଜି ପୁଅକୁ ଘରେ ଫେରେଇ ଆଣୁଥିଲେ ବାପା ମା’ । କିନ୍ତୁ ଏବେ ପରିସ୍ଥିତି ଆହୁରୀ ସାଘାତିକ ହୋଇଗଲାଣି । ପୁଅ ଏବେ ତାର ଅଜାଣରତରେ ହିଁ ଦିନ ବେଳେ ସହିତ ରାତିରେ ମଧ୍ୟ ଘରୁ ବାହାରେ ପଳେଇଯାଉଛି । ବାଧ୍ୟ ହୋଇ ୧୨ ବର୍ଷର ପୁଅକୁ ବାନ୍ଧି ରଖୁଛନ୍ତି ବାପା ମା’ । ଜନ୍ମ ହେବା ପରେ ସବୁ ଠିକ ଠାକ ଥିଲା । ସ୍କୁଲ ବିଯାଉଥିଲା । ପାଠବି ପଢୁଥିଲା । ଚତୁର୍ଥ ଶ୍ରେଣୀ ବେଳେ ଧିରେ ଧିରେ ମାନସିକ ସନ୍ତୁଳନ ହରାଇବସିଲା । ଏବେ ନା କିଛି କାହାକୁ କହୁଛି ନା କିଛି ବୁଝିପାରୁଛି ।

ବାପା ମା ଚିକିତ୍ସା ପାଇଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରକୁ ମଧ୍ୟ ନେଇଛନ୍ତି । ପ୍ରଥମେ କଟକ, ଭୁବନେଶ୍ୱର ପରେ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାଇ ବାଙ୍ଗାଲୋର ବଡ଼ ଡ଼ାକ୍ତରଖାନା ନେଇ ଚିକିତ୍ସା କଲେ । ସେଇଠି ଡ଼ାକ୍ତର ଲେଖିଥିବା ଔଷଧ ଖାଇ ପୁଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିଲା । ହେଲେ ବାଟ ଅଧିକ ଏବଂ ଅର୍ଥ ହାତରେ ନ ଥିବାରୁ ତାରିଖ ଅନୁଯାଇ ପରବର୍ତ୍ତି ପରାମର୍ଶ ସହିତ ଔଷଧ ଆଉ କିଣିପାରିଲେ ନି ବାପା ମା’ । ଏବେ ପୁୃଅ ଚିନ୍ତାରେ ବାପା- ମା କେବଳ ଆଖିର ଲୁହ ଗଡ଼େଇ ଚାଲିଛନ୍ତି । ଏବେ ବେଳେ ବେଳେ ରାତିରେ ହଠାତ ଚେତା ହଜିଯାଉଛି ପୁଅର ।

କେତେବେଳେ ନିଶ୍ୱାସ ନେବାରେ ଅସୁବିଧା ହେଉଛି ତ ଆଉ କେତେବେଳେ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଯୋଗୁ ପୁଅ ଯୋର ଯୋର ପାଟି କରୁଛି । ଏହା ଧିରେ ଧିରେ ଅସହ୍ଯ ଲାଗିଲାଣି ପରିବାରଙ୍କୁ । କଣ ବା କରିବେ ଚିକିତ୍ସା ପାଇଁ ପୁଣି ଥିରେ ବାଙ୍ଗାଲୋର ନେବା ପାଇଁ ଚାହୁଁ ଥିଲେ ମଧ୍ୟ ଅର୍ଥ ନ ଥିବା ଯୋଗୁ ଭାଗ୍ୟକୁ ଆଦରୀ ପୁଅକୁ କୋଳରେ ଧରି ଲୁହ ଗଡ଼ାଉଛନ୍ତି ବାପା- ମା’ । ଅନେକ ସମୟରେ ମାନସିକ ବିକୃତ ପୁଅ ଘର ନିକଟରେ ଥିବା ଗଭୀର ନଦୀ ତଳେ ଖସି ଯାଇଥିବା ଦୃଶ୍ୟ ଦେଖିଛନ୍ତି ପରିବାର । ଯୋଉଥିପାଇଁ ପୁଅକୁ ଏକଲା ଛାଡ଼ି କେଉଁଠାକୁ ଯାଇ ପାରୁନାହାନ୍ତି  ମା’ । ଟଙ୍କା ପୋଇସା ଅଭାବ ଏତେ ହେଲାଣି ଯେ ଘରେ ଖାଇବାକୁ ମଧ୍ୟ ଅଭାବ ଅନଟନ ଦେଖା ଦେଲାଣି ।

ପରିବାକୁ ଅର୍ଥ ଯୋଗାଇବାକୁ  ଉପଯୁକ୍ତ ପୁଅ ଅର୍ଥାତ ପରିବାରର ଦ୍ୱିତୀୟ ପୁଅ ଦାଦନ ଖଟିବାକୁ ରାଜ୍ୟ ବାହାରେ ଯିବାକୁ ବାଧ୍ୟ ହେଲେ । ଦୁଇ ଦୁଇଟା ପୁୃଅକୁ ପାଠ ନ ପଢାଇ ପାରିବାରୁ ବାପା- ମା’ କେବଳ ଦୁଃଖ ପ୍ରକାଶ କରୁବା ଛଡା ଅନ୍ଯ କିଛି ଉପାୟ ନାହିଁ । ଏଭଳି ପରିସ୍ଥିତିରେ ମାନସିକ ଶକ୍ତି ହରା ପୁଅର ଔଷଧ ପାଇଁ ସରକାର ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଆମେ ବୌଦ୍ଧ ଜିଲ୍ଲାପାଳଙ୍କୁ ପଚାରିବାରୁ ଖୁବ ଶୀଘ୍ର କାହ୍ନାର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ ଯଦି କୌଣସି ବଦାନ୍ୟ ବ୍ୟକ୍ତି କାହ୍ନାକୁ ସହାୟତା ଯୋଗାଇଦେବାକୁ ଚାହୁଁଛନ୍ତି ଯୋଗାଇପରିଲେ ପୁଅ କହ୍ନାର ଚିକିତ୍ସା ବାପା -ମା’ କରାଇପାରିବେ ।

Comments
Loading...
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications