ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୧୫-୧୧-୨୦୨୧)

ମେଷ: ବ୍ୟୟ ବହୁଳତା କାରଣରୁ ଅଭାବ ଦେଖାଦେବ। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟ ମନ୍ଥର ରହିବ । ଶିକ୍ଷାର୍ଥୀ ଅସ୍ଥିରମନା ରହିବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି

ବୃଷ: କର୍ମକ୍ଷେତ୍ରରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ହୋଇ ପାରେ। ମହିଳାମାନେ ଯଶ ପାଇବେ । ବାଣିଜ୍ୟ ଭଲ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

ମିଥୁନ : କୌଣସି ବଡ଼ ଧରଣର କାର୍ଯ୍ୟକୁ ତୁଲାଇବେ। ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ । ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ପିଙ୍କ୍

କର୍କଟ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ – ୧, ଶୁଭ ରଙ୍ଗ —ପିଙ୍କ୍

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ ଅଶାନ୍ତି ରହିବ | ଚାକିରିରେ ଶତ୍ରବୃଦ୍ଧି ହେବେ। ରାଜନୀତିରେ ଅସହଯୋଗ ରହିବ। ମହିଳାମାନେ ଅପଯଶ ପାଇବେ। ବାଣିଜ୍ୟରେ ହାନି ହୋଇପାରେ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

କନ୍ୟା : ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ । ଚାକିରିରେ ଧନସମ୍ମାନ ପାଇବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶିକ୍ଷାର୍ଥୀ ସଫଳତା ପାଇବେ। ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ପିଙ୍କ୍

ତୁଳା: ଦିନଟି କର୍ମତତ୍ପର ରହିବେ । ଆର୍ଥିକ ସ୍ୱଚ୍ଛଳତା ରହିବ। ମହିଳାମାନେ ଯଶ ପାଇବେ । ଚାକିରିରେ ସହଯୋଗ ପାଇବେ । ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ବିଛା : ବିଭିନ୍ନ ଉପାୟରେ ଆୟ କରିପାରନ୍ତି। ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ଧନସମ୍ମାନ ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍ଡେନ୍

ଧନୁ : କୌଣସି କାର୍ଯ୍ୟକୁ ନେଇ ଉତ୍ତେଜନାରେ ରହିବେ। ଚାକିରିରେ ଅଭିଯୋଗ ଆସିପାରେ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍

ମକର : କର୍ମକ୍ଷେତ୍ରରେ ପ୍ରସିଦ୍ଧି ବୃଦ୍ଧି ପାଇବ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ –୬, ଶୁଭ ରଙ୍ଗ – ସିଲ୍‌ଭର୍

କୁମ୍ଭ : ଦିନଟି ଧନସମ୍ମାନ ପ୍ରାପ୍ତି ହେବ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ପରିଶ୍ରମୀ ହେବ। ରାଜନୀତିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ –ସବୁଜ

ମୀନ : ଦିନଚର୍ଯ୍ୟା ଆଡ଼ମ୍ବରପୂର୍ଣ୍ଣ ରହିବ। ମହିଳାମାନେ ସୁଖୀ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଆଶାଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି

Leave A Reply

Your email address will not be published.