ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୩୧–୧୦–୨୦୨୨)

ମେଷ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ବିବାଦ ଦେଖାଦେଇପାରେ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟିତ ରହିବେ।

ବୃଷ: ଅନେକ ଦିନର ଆଶା ପୂରଣ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପାରିବାରିକ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରିବେ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ।

ମିଥୁନ: ମାନସିକ ଅଶାନ୍ତିରେ ରହିବେ। ବ୍ୟବସାୟୀମାନଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ। ନିଜ କ୍ଷମତା ଉପରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।

କର୍କଟ: ହିସାବନିକାଶରେ ଦିନଟି ଅତିବାହତି ହେବ। ଦୀର୍ଘ ସମୟ ଧରି ଚାଲୁଥିବା ସମସ୍ୟାର ସମାଧାନ ଘଟିବ। ପରିବାର ସହ ଅଧିକ ସମୟ କଟାଇବେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଇଚ୍ଛା ଅନୁଯାୟୀ ସଫଳତା ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ସନ୍ତାନସନ୍ତତିଙ୍କ ପାଇଁ ଅଧିକ ଯତ୍ନଶୀଳ ହୋଇପଡ଼ିବେ। ମହିଳାମାନେ ନୂତନ ଅବସର ପାଇପାରନ୍ତି।

କନ୍ୟା: ନିରନ୍ତର ପ୍ରୟାସ କରି ସଫଳତା ହାସଲ କରିବେ। ଲକ୍ଷ୍ୟ ପୂରଣ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ।

ତୁଳା: ଗୁରୁଜନଙ୍କ ସହାୟତା ପାଇ ଆଗକୁ ବଢ଼ିବେ। ଭବିଷ୍ୟତ କଥା ଚିନ୍ତା କରି ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିପାରନ୍ତି।

ବିଛା: ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଉତ୍ସବରେ ଯୋଗ ଦେଇ ଉତ୍ସାହିତ ରହିବେ। କ୍ୟାରିୟରରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ।

ଧନୁ: କୌଣସି ଭ୍ରାନ୍ତଧାରଣାରେ ପଡ଼ିପାରନ୍ତି। ଗମନାଗମନ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ରହିବ। ବ୍ୟବସାୟୀମାନେ ଲାଭବାନ ହେବେ।

ମକର: ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଖର୍ଚ୍ଚ ପ୍ରତି ଧ୍ୟାନ ଦେଇ ଚଳନ୍ତୁ। ନିଜ ବୁଦ୍ଧି ବିବେକ ଅନୁଯାୟୀ କାର୍ଯ୍ୟ କରି ଉନ୍ନତି ପଥରେ ଆଗେଇବେ। ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ।

କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।

ମୀନ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣଯୋଗ ରହିଛି।

Leave A Reply

Your email address will not be published.