ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୨୮-୧୧-୨୦୨୨)

ମେଷ: ମନ ଅଶାନ୍ତ ରହିପାରେ। ଛାତ୍ରଛାତ୍ରୀମାନଙ୍କର ଲେଖାପଢ଼ାରେ ବାଧା ଉପୁଜିପାରେ। କର୍ମକ୍ଷେତ୍ରରେ ଦାୟିତ୍ବ ବଢ଼ିବାକୁ ଲାଗିବ। ଗୁରୁଜନଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ଦେଖାଦେବ।

ବୃଷ: କ୍ରୋଧ ଓ ସ୍ବାର୍ଥପରତା ଭାବନାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବାକୁ ଲାଗିବ। କର୍ମକ୍ଷେତ୍ରରେ ବଦଳି ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ।

ମିଥୁନ: ସମାଜରେ ମାନସମ୍ମାନ ପାଇବେ। ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ମହିଳାମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଜୀବନସାଥୀଙ୍କ ପାଇଁ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।

କର୍କଟ: ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ବ୍ୟବସାୟୀମାନେ ବିଦେଶ ଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କୁ ମନକଥା କହି ଆତ୍ମସନ୍ତୋଷ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ମନ ଆନନ୍ଦିତ ରହିବ। ଧୈର୍ଯ୍ୟ ସହକାରେ କାର୍ଯ୍ୟ କରି ସମସ୍ତଙ୍କ ମନ ଜିଣିବେ। ପରିବାର ଠାରୁ ଦୂରକୁ ଯିବାକୁ ପଡ଼ିପାରେ। ଅର୍ଥନୈତିକସ୍ତର ସୁଦୃଢ଼ ରହିବେ। ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ।

କନ୍ୟା: ମହିଳାମାନେ ମନର ଭାବନାକୁ ଆୟତ୍ତରେ ରଖନ୍ତୁ। ପରିବାରରେ ମାନସମ୍ମାନ ପାଇବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି କାର୍ଯ୍ୟ ପୂରଣ କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଉପୁଜିପାରେ।

ତୁଳା: କୌଣସି କଥାକୁ ନେଇ ମାନସିକ ଅବସାଦରେ ରହିପାରନ୍ତି। କର୍ମକ୍ଷେତ୍ରରେ ଅଯଥା କାର୍ଯ୍ୟରେ ସମୟ ନଷ୍ଟ ହୋଇପାରେ। ସନ୍ତାନମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ।

ବିଛା: ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ। ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବାରୁ ଦୂେରଇ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହଯୋଗରେ ପୈତୃକ ସମ୍ପତ୍ତି ପାଇପାରିବେ।

ଧନୁ: ସତର୍କତା ସହ ବାର୍ତ୍ତାଳାପ କରନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ରାଜନୈତିକ ବ୍ୟକ୍ତିମାନେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଆୟ ବୃଦ୍ଧି ହେବ। ପରିବାରବର୍ଗଙ୍କ ସାନ୍ନିଧ୍ୟ୍ୟ ମିଳିବ।

ମକର: ଅର୍ଥନୈତିକ କାରବାରରେ କ୍ଷତି ହୋଇପାରେ। ବିଭିନ୍ନ ପ୍ରକାର କଠିନ ପରିସ୍ଥିତି ଦେଇ ଗତିକରିବେ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଶା କରି ଦୁଃଖ ପାଇପାରନ୍ତି।

କୁମ୍ଭ: ଆତ୍ମବିଶ୍ବାସ ଅଭାବରୁ ମନରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। କୌଣସି ସ୍ଥାନରୁ କିଛି ଶୁଭ ସମାଚାର ପାଇପାରନ୍ତି। ବ୍ୟବସାୟିକ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ପୂର୍ଣ୍ଣସହଯୋଗ ପାଇବେ।

ମୀନ: ନୂତନ କାର୍ଯ୍ୟରେ ରୁଚି ଦେଖାଇବେ। ଆର୍ଥିକ କ୍ଷେତ୍ରରେ ମଜଭୁତ ରହିବେ। ସନ୍ତାନସନ୍ତତିଙ୍କୁ ଅଧିକ ସମୟ ଦେବେ। କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହୋଇପାରେ । ପ୍ରଗତି ପଥରେ ଆଗେଇବେ।

Leave A Reply

Your email address will not be published.