ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୭ – ୦୬ – ୨୦୨୨ )

ମେଷ : ବିଭିନ୍ନ କ୍ଷେତ୍ରରୁ ଆର୍ଥିକ ଲାଭ ପାଇବେ। ପ୍ରେମଜୀବନକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ସାଙ୍ଗସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ। କର୍ମକ୍ଷେତ୍ରରେ ବିଦେଶ ଯିବାର ସୁଯୋଗ ପାଇବେ।

ବୃଷ : ପାରିବାରିକ ସହଯୋଗ ପାଇ ଉନ୍ନତି କରିବେ। ସନ୍ତାନସନ୍ତତିଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ସ୍ବଳ୍ପ ରହିବ। ନୂତନ ପରିଚତ ବ୍ୟକ୍ତି ଅତି ନିଜର ହୋଇପାରନ୍ତି।

ମିଥୁନ : ଭବିଷ୍ୟତ ପାଇଁ ଖାସ୍‌ ନିର୍ଣ୍ଣୟ ନେଇପାରନ୍ତି। କର୍ମକ୍ଷେତ୍ରରେ ଭାବିଚିନ୍ତି ବାର୍ତ୍ତାଳାପ କରନ୍ତୁ। ବିଭିନ୍ନ କ୍ଷେତ୍ରରେ ଧନଲାଭ ଯୋଗ ରହିଛି। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ।

କର୍କଟ : ବୁଦ୍ଧି ବଳରେ ଜଟିଳ ପରିସ୍ଥିତିକୁ ଆୟତ୍ତରେ କରିନେବେ। ବରିଷ୍ଠ ଅଧିକାରୀଙ୍କ ନଜରରେ ରହି କାର୍ଯ୍ୟ ସମାପନ କରିବେ। ବନ୍ଧୁବାନ୍ଧବଙ୍କ ଆଗମନରେ ମନ ଉତ୍ସାହିତ ହେବ।

ଏଥିସହିତ ପଢ଼ନ୍ତୁ

ସିଂହ : ଦେହ ଓ ମନ ଭଲ ରହିବ। ଆଶା ଅନୁଯାୟୀ ଫଳ ପାଇବେ। ପରିବାରରେ ଦେଖାଯାଉଥିବା ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ।

କନ୍ୟା : ବ୍ୟସ୍ତତା ମଧ୍ୟରେ ରହି ଅସୁସ୍ଥ ଅନୁଭବ କରିବେ। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ସହକର୍ମୀଙ୍କ ସହ ମତାନ୍ତର ଦେଖାଦେଇପାରେ। ଦ୍ବନ୍ଦ୍ବରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା : ବିଭିନ୍ନ କ୍ଷେତ୍ରରୁ ଲାଭବାନ ହେବେ। ଛାତ୍ରଛାତ୍ରୀ ପରୀକ୍ଷାେର କୃତକାର୍ଯ୍ୟ ହେବେ। ଧୈର୍ଯ୍ୟର ସହ କାର୍ଯ୍ୟ କରିବାରୁ ସଫଳତା ପାଇବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।

ବିଛା : ଅନିଚ୍ଛା ସତ୍ତ୍ବେ ବିଭିନ୍ନ କାର୍ଯ୍ୟ କରିବେ। ଦୂରଯାତ୍ରା କରି ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ନିଜ କ୍ଷମତାର ସଠିକ୍‌ ଉପଯୋଗ କରିବେ। ଅଶାନ୍ତ ମନରେ କୌଣସି ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।

ଧନୁ : ପରିଶ୍ରମ ଅନୁସାରେ ଫଳ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ବ୍ୟବସାୟରେ ଆଂଶିକ ଭାବରେ ଲାଭ ପାଇବେ। ଜୀବନସାଥୀଙ୍କଠାରୁ ସହଯୋଗ ପାଇ ଆଗକୁ ବଢ଼ିବେ। ଯାତ୍ରା ଯୋଗ ରହିଛି।

ମକର : ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପରିବାରବର୍ଗଙ୍କ ସହ ତୀର୍ଥସ୍ଥାନ ଭ୍ରମଣରେ ଯାଇପାରନ୍ତି।

କୁମ୍ଭ : ଜଗି ରହି ଦିନଟି ଅତିବାହିତ ହେବ। ପରିବାରବର୍ଗଙ୍କ ବ୍ୟବହାରରେ ଦୁଃଖିତ ହେବେ। ଅପେକ୍ଷା କରିଥିବା ବନ୍ଧୁଙ୍କ ଆଗମନ ହେବ। ସନ୍ତାନମାନଙ୍କ କାର୍ଯ୍ୟରେ କ୍ରୋଧାନ୍ବିତ ହେବେ।

ମୀନ : ମାନସିକ ଅବସାଦ ବଢ଼ିବ। ପରିବାରରେ ଦାୟିତ୍ବ ଭାର ବଢ଼ିବାକୁ ଲାଗିବ। ନୂତନ ବିନିଯୋଗ କରି ଲାଭବାନ ହେବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେବେ।

Leave A Reply

Your email address will not be published.