ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୭ – ୦୩ – ୨୦୨୩ )

ମେଷ: ବିରୋଧୀମାନଙ୍କ କୂଟଚକ୍ରାନ୍ତରେ ପଡ଼ିଯାଇପାରନ୍ତି। ସାବଧାନ ରହି କାର୍ଯ୍ୟ କରନ୍ତୁ। କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟର ଦାୟିତ୍ବ ଉଠାଇବାକୁ ପଡ଼ିପାରେ। ସନ୍ତାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ରହିବେ।

ବୃଷ: ଅତ୍ୟଧିକ ପରିଶ୍ରମ କରି ଅସୁସ୍ଥତା ଅନୁଭବ କରିବେ। ମହିଳାମାନେ ସ୍ବାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବେ। ଵ୍ୟବସାୟିକ କ୍ଷେତ୍ରରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ମହିଳାମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ସାମାଜିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସାର ପାତ୍ର ହେବେ। ଅନ୍ୟ କଥାରେ ପଡ଼ି କୌଣସି କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ।

କର୍କଟ: ପରିବାରବର୍ଗଙ୍କ ସହ ଦିନଟି ଭଲ ରହିବ। ବୁଦ୍ଧିର ବିକାଶ ଘଟିବ। କ୍ରୋଧରେ କୌଣସି କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ। ବରିଷ୍ଠ ବର୍ଗଙ୍କ ଉପେକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। କର୍ମସ୍ଥଳୀରେ ଗୁରୁ ଦାୟିତ୍ବର ଅଧିକାରୀ ହୋଇପାରନ୍ତି। ପରିବାରରେ ସୁଖ,ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇବ। ଅନ୍ୟ ଉପରେ ବିଶ୍ବାସ କରି ପଶ୍ଚ୍ୟାତାପ କରିପାରନ୍ତି।

କନ୍ୟା: ଦିନଟିରେ ଉତ୍ସାହିତ ରହିବେ । ବେରୋଜଗାରଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। କ୍ୟାରିୟର ପାଇଁ ଦିନଟି ଉତ୍ତମ ରହିବ। ବିଭିନ୍ନ ଦିଗରୁ ସହଯୋଗ ପାଇବେ।

ତୁଳା: ପରିବାରର ଦାୟିତ୍ବ ବୃଦ୍ଧି ପାଇବ। ନିଜ ସ୍ବଭାବରେ ବରିଷ୍ଠ ବ୍ୟକ୍ତିଙ୍କ ପ୍ରିୟଭାଜନ ହୋଇପାରନ୍ତି। ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରିବେ। ପୂର୍ବ କଥାକୁ ଚିନ୍ତା କରି ମାନସିକ ଅବସାଦ ପାଇପାରନ୍ତି।

ବିଛା: ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସହଯୋଗ ଲୋଡ଼ିବେ। ଆର୍ଥିକକ୍ଷେତ୍ରରେ ସ୍ଥିରତା ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଦିନଟି ଉତ୍ତମ ରହିବ।

ଧନୁ: ଦ୍ବନ୍ଦ୍ବରେ ପଡ଼ି ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। କୌଣସି ଅପ୍ରୀତକର ପରିସ୍ଥିତର ସମ୍ମୁଖୀନ ହୋଇପାରନ୍ତି। ସମୟପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ ।

ମକର: ବିରୋଧୀମାନଙ୍କ ଚକ୍ରାନ୍ତରେ ପଡ଼ିପାରନ୍ତି। ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବନ୍ଧୁବାନ୍ଧଙ୍କର ସହଯୋଗ ପାଇବେ।

କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବୁଦ୍ଧି ବିବେକ ପ୍ରୟୋଗ କଲେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ବ୍ୟୟ ତୁଳନାରେ ଆୟ ବଢ଼ିବ।

ମୀନ: ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ, ତାହା ସହଜରେ ପୂରଣ ହୋଇଯିବ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। କୌଣସି କାର୍ଯ୍ୟକୁ ନେଇ ଅତ୍ୟଧିକ ଚିନ୍ତାରେ ହଜି ରହିବେ।

Leave A Reply

Your email address will not be published.