ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୬ – ୦୯ – ୨୦୨୨ )

ମେଷ: ଅତ୍ୟଧିକ ଚିନ୍ତାରେ ରହିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବାରୁ ନିବୃତ୍ତ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବ୍ୟବସାୟରେ ଅନ୍ୟର ସାହାଯ୍ୟ ଲୋଡ଼ିବେ।ପରିବାରରେ ଖୁସିର ବାତାବରଣ ଦେଖାଯିବ।

ବୃଷ: ବ୍ୟସ୍ତତା ମଧ୍ୟରେ ରହିପାରନ୍ତି। ସ୍ବାସ୍ଥ୍ୟହାନି ହୋଇପାରେ। ଅନ୍ୟର କଥାରେ ପଡ଼ି ନିବେଶ କରନ୍ତୁ ନାହିଁ। ଅକସ୍ମାତ୍‌ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

ମିଥୁନ: ନୂତନ ଚିନ୍ତାଧାରା ନେଇ ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ଖୋଜି ପାଇବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ଜଡ଼ିତ ହେବେ।

କର୍କଟ: ଆଜି ଏକୁଟିଆ ରହିବାକୁ ପସନ୍ଦ କରିବେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ଆଗକୁ ବଢ଼ିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ।

କନ୍ୟା: ସମାଜରେ ମାନସମ୍ମାନ ପ୍ରାପ୍ତି କରିବେ। ଅନ୍ୟର ସମସ୍ୟାରେ ବିଚଳିତ ହେବେ। ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଅତିବାହିତ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିବେ ।

ତୁଳା: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଅଚାନକ ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ। ପରିବାର ସହ ଭ୍ରମଣଯୋଗ ରହିଛି।

ବିଛା: ପରିବାର ସହ ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଧନୁ: ଆୟର ନୂତନ ପଥ ଉନ୍ମୁକ୍ତ ହେବ। ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରି ସଫଳ ହେବେ। କୋର୍ଟ କଚେରୀ ମାମଲାରେ ପଡ଼ିଯାଇ ପାରନ୍ତି।

ମକର: ଯୋଜନା ଅନୁସାରେ କାର୍ଯ୍ୟ କରି ନପାରି ଅବସାଦରେ ରହିବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। ବୁଦ୍ଧି ବିବେକର ସହ କାର୍ଯ୍ୟ କରି ସଫଳତା ପାଇବେ।

କୁମ୍ଭ: ବ୍ୟସ୍ତ ବିବ୍ରତ ଭିତରେ ଆଗେଇ ଚାଲିବେ। ହଠାତ୍‌ ଦୂରଯାତ୍ରା କରିପାରନ୍ତି। ଚାକିରିରେ ସହଯୋଗ ମିଳିବ। ବ୍ୟବସାୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ।

ମୀନ: ପାରିବାରିକ ସହଯୋଗ ପାଇ ଉନ୍ନତି କରିବେ। ସନ୍ତାନସନ୍ତତିଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।କର୍ମକ୍ଷେତ୍ରରେ କାର୍ଯ୍ୟଭାର ସ୍ବଳ୍ପ ରହିବ। ନୂତନ ପରିଚିତ ବ୍ୟକ୍ତି ଅତି ନିଜର ହୋଇପାରନ୍ତି।

Leave A Reply

Your email address will not be published.