ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୫–୦୭–୨୦୨୨ )

ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ମହତ୍ତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବେ। କ୍ୟାରିୟରରେ ନୂତନ ପରିବର୍ତ୍ତନ ଦେଖାଦେବ। ସଫଳତା ଶୀର୍ଷରେ ପହଞ୍ଚିପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ କଟାଇବେ।

ବୃଷ: ଆଜି କିଛି ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟରେ ଦେଖାଯାଉଥିବା ମନ୍ଥରତା ପାଇଁ ଚିନ୍ତିତ ହେଇପାରନ୍ତି। ହେବାକୁ ଯାଉଥିବା କାର୍ଯ୍ୟ ଅଟକି ଯାଇପାରେ।

ମିଥୁନ: ଆବଶ୍ୟକତା ଠାରୁ ଅଧିକ କଥା କହିବାରୁ ଦୂରେଇ ରହନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବନ୍ଧୁବାନ୍ଧବଙ୍କ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି।

କର୍କଟ: ଅନେକ ଦିନ ତଳୁ କରିଥିବା କାର୍ଯ୍ୟ ପାଇଁ ଭଲ ଫଳ ପାଇବେ। ବାଲ୍ୟ ବନ୍ଧୁଙ୍କ ସହ ମିଳନ ହୋଇପାରେ। କର୍ମକ୍ଷେତ୍ରରୁ ମହତ୍ତ୍ବପୂର୍ଣ୍ଣ ସୂଚନା ପାଇପାରନ୍ତି। ସବୁ କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: କୋର୍ଟକଚେରୀ ମାମଲାରେ ଦିନଟି ଅତିବାହିତ ହେବ। ଆର୍ଥିକ ପରିସ୍ଥିତିରେ ଅବନତି ଘଟିବ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ।

କନ୍ୟା: ଦୃଢ଼ ଇଚ୍ଛାଶକ୍ତି ବଳରେ ନିଜ ଲକ୍ଷ୍ୟକୁ ହାସଲ କରିପାରିବେ। କର୍ମକ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରି ପ୍ରଶଂସିତ ହେବେ। ଅର୍ଥ ଦେବାନେବା ସମୟରେ ଗୁରୁଜନଙ୍କ ପରାମର୍ଶ ନେବା ଉଚିତ।

ତୁଳା: ଭିନ୍ନ ଓ ନୂଆ କରିବାର ଇଚ୍ଛା ଆପଣକୁ ସଫଳତା ଦେଇପାରେ। ସନ୍ତାନଙ୍କ ଭବିଷ୍ୟତ ନେଇ କିଛି ନିଷ୍ପତ୍ତି ନେଇପାରନ୍ତି। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ। ଶତ୍ରୁମାନଙ୍କଠାରୁ ଦୂରେଇ ରହିବା ଆବଶ୍ୟକ।

ବିଛା: ବିଗିଡ଼ି ଯାଇଥିବା କାର୍ଯ୍ୟକୁ ସଜାଡ଼ିବାକୁ ଚେଷ୍ଟା କରିବେ। ପୁରଣା କଥାକୁ ଭୁଲି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବେ।

ଧନୁ: ସମସ୍ୟାର ସମାଧାନ ବାଟ ବାହାରିବ। ନୂତନ ନିଯୁକ୍ତି ପାଇପାରନ୍ତି। କର୍ମକ୍ଷେତ୍ର ତଥା ବ୍ୟବସାୟରେ ଉନ୍ନତି ଦେଖାଦେବ। ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାର ସହ ଭଲ ସମୟ କଟିବ।

ମକର: ପରିବାରବର୍ଗଙ୍କ ସହ କୌଣସି ଧାର୍ମିକ ସ୍ଥଳକୁ ଯାଇପାରନ୍ତି। ନିକଟତର ବ୍ୟକ୍ତିଙ୍କ ସହ କଥା ହୋଇ ପ୍ରଫୁଲ୍ଲିତ ହେବେ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ: ନିଜ ସ୍ବପ୍ନ ପୂରଣ କରିବାରେ ସଫଳ ହୋଇପାରନ୍ତି। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭବାନ ହେବେ। ଜୀବନସାଥୀଙ୍କ ସହ ବସି ଭବିଷ୍ୟତ ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ।

ମୀନ: ସମୟ ପୂର୍ବରୁ ଅଧିକରୁ ଅଧିକ କାର୍ଯ୍ୟ ପୂରଣ କରିପାରନ୍ତି। ପରିବାରବର୍ଗଙ୍କ ଠାରୁ କିଛି ନୂଆ ଶିକ୍ଷା ଅର୍ଜନ କରିବେ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଲାଭବାନ ହେବେ। ପ୍ରଗତି ପଥରେ ଆଗେଇ ଚାଲିବେ।

Leave A Reply

Your email address will not be published.